Breaking NewsFeaturedରାଜନୀତି

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ବଡ ଧରଣର ଅଦଳବଦଳ । ପ୍ରିୟଙ୍କାଙ୍କ ଭୂମିକା ନେଇ ଚର୍ଚ୍ଚା ।

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ବଡ ଧରଣର ଅଦଳ ବଦଳ । ବହୁ ମାନସ ମନ୍ଥନ ବିଚାର ବିମର୍ଶ ପରେ ସଂଗଠନରେ କରିଛି ପରିବର୍ତନ । ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ କରାଯାଇଛି କଂଗ୍ରେସ ମହାସଚିବ । ଏଥିସହ ତାଙ୍କୁ ଛତିଶଗଡ଼ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଛି ଦଳ । କିନ୍ତୁ ସବୁଠୁ ବଡ କଥା ହେଲା ପ୍ରିୟଙ୍କା ଗାନ୍ଧିଙ୍କୁ କୌଣସି ଦାୟିତ୍ୱ ଦେଇନାହିଁ କଂଗ୍ରେସ । ବରଂ ଦଳର ସାଧାରଣ ସଂପାଦକ ଥିବା ପ୍ରିୟଙ୍କା ଉତ୍ତର ପ୍ରଦେଶର ପ୍ରଭାରୀ ଥିବା ବେଳେ ତାଙ୍କ ଠାରୁ ଏହି ଦାୟିତ୍ୱ କାଢ଼ି ନିଆଯାଇଛି। ତାଙ୍କ ସ୍ଥାନରେ ଏଆଇସିସି ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ଦଳର ବରିଷ୍ଠ ନେତା ମୁକୁଲ ୱାସନିକଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସର ପ୍ରଭାରୀ କରାଯାଇଥିବା ବେଳେ ରଣଦୀପ ସିଂହ ସୁରେଜୱାଲାଙ୍କୁ କର୍ଣ୍ଣାଟକା ଦାୟିତ୍ୱ ଦିଆଯାଇଛି। ଜୟରାମ ରମେଶଙ୍କୁ ସାଧାରଣ ସଂପାଦକ କରାଯାଇ କମ୍ୟୁନିକେସନ ଦାୟିତ୍ୱ ଦିଆଯାଇଛି। କେ.ସି ବେଣୁଗୋପାଳ ପୂର୍ବପରି ସାଧାରଣ ସମ୍ପାଦକ ଭାବେ ସଂଗଠନ ଦାୟିତ୍ୱରେ ରହିବେ। ଅନ୍ୟତମ ବରିଷ୍ଠ ନେତା ଅଜୟ ମାକେନ ଏଆଇସିସିର କୋଷାଧ୍ୟକ୍ଷ ଭାବେ ତାଙ୍କ କାର୍ୟ୍ୟ ଜାରି ରଖିବେ। ଏହିଭଳି ୧୨ ଜଣ ସାଧାରଣ ସଂପାଦକଙ୍କ ସହିତ ୧୧ ଜଣ ରାଜ୍ୟ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି ଏଆଇସିସି।

ତେବେ ଏଠାରେ କହି ରଖୁଛୁ ଯେ, ଏଥର ପ୍ରିୟଙ୍କା ନିର୍ବାଚନ ଲଢିବା ନେଇ ଆଇଏନଡିଆଇଏ ମେଂଟରେ ପ୍ରସ୍ତାବ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବାରଣାସୀରୁ ମୋଦିଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ବି ଜୋର ଧରିଥିଲା । ଆଉ ଏବେ ପ୍ରିୟଙ୍କା ଗାନ୍ଧିଙ୍କୁ ଅନ୍ୟ କୌଣସି ପ୍ରଦେଶର ଦାୟିତ୍ୱ ଦିଆଯାଇ ନଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କର ଭୂମିକା କଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com