Featuredଜାତୀୟରାଜନୀତି

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ସରକାରକୁ ଘେରିବ କଂଗ୍ରେସ

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ଆଜି ସରକାରକୁ ଘେରିବ କଂଗ୍ରେସ । ସଂସଦରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇପାରେ ବିରୋଧୀ । ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା ପରେ କଂଗ୍ରେସ ଗତକାଲି ସାରା ଦେଶରେ ସତ୍ୟାଗ୍ରହ କରିଥିଲା ।ବିରୋଧୀ କଂଗ୍ରେସ ଦାବି କରିଛି ଯେ ଆଦାନୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କି ସଂପର୍କ ରହିଛି ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରୁଛନ୍ତି । ଏଥିରେ ମୋଦୀ ସରକାର ଭୟଭୀୟ ହୋଇଯାଇଛନ୍ତି । ତେଣୁ ରାହୁଲଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ ଶାସକ ଦଳ ବିଜେପି କହିଛି, ରାହୁଲ ଗାନ୍ଧୀ କୋର୍ଟ ଦ୍ୱାରା ଦଣ୍ଡିତ । ଆଉ ଆଇନ୍ ଅନୁଯାୟୀ ସେ ତାଙ୍କ ପଦ ହରାଇଛନ୍ତି । ମୂଳ ପ୍ରସଙ୍ଗରୁ ହଟି କଂଗ୍ରେସ ଅବାନ୍ତର କଥା କହୁଛି । ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com