Featuredଜାତୀୟରାଜନୀତି

ଶ୍ରମିକଙ୍କୁ ମିଳିବ ୫ ହଜାର ଟଙ୍କାର ଆର୍ଥିକ ସହାୟତା

ଏନସିଆରରେ ଦିନକୁ ଦିନ ପବନର ଗୁଣବତ୍ତା ଖରାପ ହେବାରେ ଲାଗିଛି । ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆର ଲଗାତର ଭାବେ ବଢିବାରେ ଲାଗିଛି । ଦିଲ୍ଲୀ –ଏନସିଆରରେ ବଢୁଥିବା ପ୍ରଦୂଷଣଙ୍କୁ ନଜରରେ ରଖି ରାଜଧାନୀରେ ଗ୍ରେପ ଷ୍ଟେଜ-୩ ନିୟମ ଲାଗୁ କରାଯାଇଛି । ଏହି କ୍ରମରେ ଦିଲ୍ଲୀରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି । ଏହା ଫଳରେ ହଜାର ହଜାର ଶ୍ରମିକ ବେରୋଜଗାର ହେବାକୁ ଯାଉଛନ୍ତି । ସେମାନଙ୍କୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀର ସମସ୍ତ ଶ୍ରମିକଙ୍କ ପାଇଁ ଏକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ମୁତାବକ କୋଭିଡ-୧୯ ଭଳି ଏଥର ବି ପ୍ରତି ପଞ୍ଜିକୃତ ଶ୍ରମିକଙ୍କୁ ଦିଲ୍ଲୀ ସରକାର ୫ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟର ଶ୍ରମମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ମୁତାବକ ଯେପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ସେପର୍ଯ୍ୟନ୍ତ ପଞ୍ଜିକୃତ ଶ୍ରମିକମାନଙ୍କୁ ମାସିକ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com