Featuredଅନ୍ତର୍ଜାତୀୟ

ପ୍ରବଳ ବର୍ଷା ଯୋଗୁଁ ଭେନିଜୁଏଲାରେ ଭୟାବହ ଭୂସ୍ଖଳନ: ୨୨ ମୃତ,

ପ୍ରବଳ ବର୍ଷା ଯୋଗୁଁ ନଦୀ କୂଳ ଲଙ୍ଘିବାରୁ କେନ୍ଦ୍ରୀୟ ଭେନିଜୁଏଲାରେ ବ୍ୟାପକ ଭୂସ୍ଖଳନ ଘଟି ଅନ୍ୟୂନ ୨୨ଜଣ ବ୍ୟକ୍ତି ମରିଛନ୍ତି ଓ ୫୦ରୁ ଅଧକ ଲୋକ ନିଖୋଜ ହୋଇଯାଇଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।  ରେକର୍ଡ ପରିମାଣର ଅତି ପ୍ରବଳ ବର୍ଷା ଯୋଗୁଁ ଅଳ୍ପ କେତେ ମାସ ହେବ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନିଜୁଏଲାରେ ଡଜନାଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଲାସ୍‌ ଟିଜେରାସ୍‌ ନଗରୀରେ ସଂଘଠିତ ଦୁର୍ବିପାକ ସ୍ଥାନରେ ଥାଇ ଉପରାଷ୍ଟ୍ରପତି ଡେଲ୍‌ସି ରଡ୍‌ରିଗେସ୍‌ ଆଞ୍ଚଳିକ ଗଣମାଧ୍ୟମକୁ କହିଛନ୍ତି, ଏଠାରେ ପ୍ରଭୁତ୍ବ କ୍ଷତି ହୋଇଥିବା ଆମେ ଦେଖୁଛୁ, ମଣିଷ ମରିଛନ୍ତି; ଏପର୍ଯ୍ୟନ୍ତ ୨୨ଜଣ ମୃତବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ୨୨ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କର ସନ୍ଧାନ ନେଉଛୁ।ଭୂସ୍ଖଳନ ଯୋଗୁଁ ଘରବାଡ଼ି ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ନଷ୍ଟ ହୋଇଯାଇଛି। କାଦୁଅ ଓ ଭଙ୍ଗା କାଠଖଣ୍ଡ, ଘରକରଣା ସାମଗ୍ରୀ, ଚେପା ହୋଇଯାଇଥିବା କାର୍‌ ସମେତ ଘରଦ୍ବାରର ଭଗ୍ନାଂଶରେ ପୋତି ହୋଇପଡ଼ିଥିବା ବାଟଘାଟରେ ଗଛ ସବୁ ଉପୁଡ଼ି ପଡ଼ି ଚାରିଆଡ଼ ଆବର୍ଜନାମୟ ହୋଇଯାଇଛି। ସନ୍ଧାନୀ କୁକୁରଙ୍କ ସହିତ ଉଦ୍ଧାର କାର୍ଯ୍ୟରେ ପ୍ରାୟ ୧୦୦୦ ଲୋକ ନିୟୋଜିତ ହୋଇଥିବା କଥା ଗୃହ ଓ ବିଚାର ବିଭାଗୀୟ ମନ୍ତ୍ରୀ ରିମିଜିଓ ସିବା‌ଲସ୍‌ କହିଛନ୍ତି। ସେ ନିଜେ ମଧ୍ୟ ଉଦ୍ଧାର କାର୍ଯ୍ୟ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com