Breaking NewsFeaturedରାଜନୀତି

ଛତିଶଗଡ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଜିତ୍ ନେଇ ଉଭୟ ବିଜେପି ଓ କଂଗ୍ରେସର ଦାବି

ଛତିଶଗଡରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଆଉ ୭୦ ସିଟ ପାଇଁ ନଭେମ୍ବର ୧୭ ତାରିଖରେ ହେବ ନିର୍ବାଚନ । ତେଣୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ହେଉଛି ପ୍ରଚାର । କିନ୍ତୁ ଏସବୁ ଭିତରେ ନିର୍ବାଚନ ଫଳାଫଳ ଓ ଆଗାମୀ ରାଜନୈତିକ ଚିତ୍ରକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ପରଠୁ ବେଶୀ ଉତ୍ସାହିତ ଅଛି ବିଜେପି ।

କାରଣ ୨୦ରୁ ୧୮ଟି ଆସନରେ ଜିତିବେ ବୋଲି ଦାବି କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ । ଅନ୍ୟପଟେ କଂଗ୍ରେସ ବସ୍ତରର ସମସ୍ତ ଆସନ ଜିତିବାକୁ ଦାବି କରିବା ସହ ରଜନନ୍ଦଗାଓରେ ରମଣ ସିଂଙ୍କୁ ପରାସ୍ତ କରିବାର ଏକ ବଡ ଦାବି କରୁଛି । ରାଜ୍ୟରେ ପୁଣିଥରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା କହିଛନ୍ତି ରାଜ୍ୟ ସଭାପତି । ଆଉ ବିଜେପି ଖାତା ଖୋଲିବ ନାହିଁ ବୋଲି ଜଣାପଡିଛି ।

ଏଠାରେ କହିରଖୁଛୁ ଯେ ଗତ ୭ତାରିଖରେ ଛତିଶଗଡରେ ହୋଇଥିଲା ପ୍ରଥମ ଚରଣ ମତଦାନ । ନକ୍ସଲ ପ୍ରଭାବିତ ଅଂଚଳର ଗଣତନ୍ତ୍ରର ଏହି ପର୍ବରେ ବହୁ ସଂଖ୍ୟାରେ ଭାଗ ନେଇଥିଲେ ଲୋକେ । ଆଉ ଏହାପରେ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଦାବି ରାଜନୀତି । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସବୁ ରାଜନୈତିକ ଦଳର ହେଭିୱେଟ ମାନେ କରୁଛନ୍ତି ଜୋରଦାର ପ୍ରଚାର । ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ସମେତ ଅନ୍ୟ ଦଳର ନେତା ବି ନିର୍ବାଚନ ରଣାଙ୍ଗନାରେ ।

ଏହାରି ଭିତରେ କଂଗ୍ରେସର ଜାତୀୟ ସଭାପତି ମଲିକାର୍ଜୁନ ଖଡଗେ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବି ନିଜ ନିଜ ଦଳ ପାଇଁ କରିଛନ୍ତି ଭୋଟ ଭିକ୍ଷା । ତେବେ ଏସବୁ ଭିତରେ ଫଳାଫଳ କଣ ରହିବ । କାହାର ପ୍ରଭାବ ଅଧିକ ରହିବ । କିଏ ବାଜି ମାରିବ କଂଗ୍ରେସ ନା ବିଜେପି । ତାକୁ ନେଇ ଚାଲିଛି ଅଙ୍କ କଷା ।

Related Articles

Back to top button
WP Twitter Auto Publish Powered By : XYZScripts.com