ଜାତୀୟରାଜନୀତି

ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ବିଜେପି ୩ଟିରେ ବିଜୟୀ, ବିଜେପି ସସ୍ତା ରାଜନିତୀ କରୁଛି : ଅଜୟ ମାକେନ

ମୁମ୍ବାଇ: ରାଜ୍ୟସଭା ନିର୍ବାଚନରେ ୬ଟି ଆସନରୁ ବିଜେପି ୩ଟିରେ ବିଜୟ ହାସଲ କରିଛି। ବିଜେପିର ବିଜୟୀ ପ୍ରାର୍ଥୀମାନେ ହେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟାଲ୍‌, ପୂର୍ବତନ ରାଜ୍ୟମନ୍ତ୍ରୀ ଅନୀଲ ବଣ୍ଡେ ଏବଂ ଧନଞ୍ଜୟ ମହାଦିକ । ସେହିପରି, ଶିବସେନାର ସଞ୍ଜୟ ରାୱତ, NCP ର ପ୍ରଫୁଲ ପଟେଲ୍ ଏବଂ କଂଗ୍ରେସର ଇମ୍ରାନ୍ ପ୍ରତାପଗଡ଼ି ବାକି ୩ଟି ଆସ‌ନରେ ବିଜୟୀ ହୋଇଛନ୍ତି। ୨୮୪ଟି ବୈଧ୍ୟ ଭୋଟ୍‌ରୁ ଗୋୟାଲ୍ ୪୮, ବଣ୍ଡେ ୪୮, ମହାଦିକ ୪୧, ରାଉତ ୪୧, ପ୍ରତାପଗଡ଼ି ୪୪ ଏବଂ ପଟେଲ୍ ୪୩ ଭୋଟ୍ ପାଇଛନ୍ତି। ତେବେ ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ୬ଷ୍ଠ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ସେହିପରି, ହରିୟାଣାରେ ବିଜେପିର କୃଷ୍ଣଲାଲ୍ ପନ୍‌ୱାର୍ ଏବଂ ବିଜେପି ସମର୍ଥୀତ ସ୍ବାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ୨ଟି ଆସନରେ ବିଜୟୀ ହୋଇଛନ୍ତି। ପରାସ୍ତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନ୍ ବିଜେପି ଉପରେ ଦୋଷାରୋପ କରି କହିଛନ୍ତି, ବିଜେପି ଶସ୍ତା ରାଜନୀତି କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com