ଜାତୀୟମନୋରଞ୍ଜନ

ଅଲି ଅବ୍ବାସଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ପାଇଁ ଚାର୍ଜ ବଢାଇଲେ ସାହିଦ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଳୀ () ବଲିଉଡର ଚକୋଲେଟ ହିରୋ ଭାବରେ ବେଶ ଜଣାଶୁଣା ସାହିଦ କପୁରଙ୍କ ଆଗାମୀ ଫିଲ୍ମ ଜର୍ସି, ୧୪ ଏପ୍ରିଲରେ ରିଲିଜ ହେବ । ଏହି ଫିଲ୍ମ ପାଇଁ ଅଭିନେତା ପ୍ରଥମେ ୩୧ କୋଟି ଟଙ୍କା ଚାର୍ଜ କରିଥିଲେ, ଶେଷ ମୁହୂର୍ତ୍ତରେ ଓମିକ୍ରନ କାରଣରୁ ଫିଲ୍ମର ରିଲିଜ ବିଳମ୍ବ ହୋଇଥିଲା । ପରେ ସାହିଦ ଫି କାଟ କରିଥିଲେ। ମାତ୍ର ଅଭିନେତା ବର୍ତ୍ତମାନ ଅଲି ଅବ୍ବାସ ଜାଫରଙ୍କ ଆଗାମୀ ଫିଲ୍ମ ପାଇଁ ପୁଣି ଥରେ ନିଜର ଚାର୍ଜ ବଢ଼ାଇଛନ୍ତି।

ପଦ୍ମାବତ ଏବଂ କବୀର ସିଂଙ୍କ ସଫଳତା ପରେ ଶାହିଦ ଜର୍ସିରୁ ଭଲ ଲାଭ ହେବାର ଆଶା କରୁଛନ୍ତି । ସାହିଦଙ୍କ ଅଭିନୀତ ତଥା ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ପରବର୍ତ୍ତୀ ଆକ୍ସନ-ପ୍ୟାକ ହୋଇଥିବା ଥ୍ରୀଲର ଫିଲ୍ମ ପାଇଁ ସାହିଦ ୩୮ କୋଟି ଟଙ୍କା ଆଦାୟ କରିଛନ୍ତି। କବିର ସିଂଙ୍କ ପରେ ସାହିଦ କପୁର କ୍ରମାଗତ ଭାବରେ ନିଜର ମୂଲ୍ୟ ବୃଦ୍ଧି କରିଥିବା ଜଣାପଡିଛି। ।

ଏହି ଫି ଜର୍ସି ଠାରୁ ୨୫% ଅଧିକ । ସାହିଦଙ୍କ ଫିଲ୍ମ ଜର୍ସି ଜଣେ କ୍ରିକେଟରଙ୍କ ଉପରେ ଆଧାରିତ। କାହାର କ୍ରୋଧ ହେତୁ ତାଙ୍କ କ୍ୟାରିଅର୍‌ ନଷ୍ଟ ହୋଇଗଲା। ପରେ ଯେତେବେଳେ ସେ ଦେଖିଲେ ଯେ, ତାଙ୍କ ପିଲା ମଧ୍ୟ କ୍ରିକେଟ ପ୍ରତି ଆଗ୍ରହୀ, ସେ ପୁଣି ପଡ଼ିଆକୁ ଫେରିଛନ୍ତି ।ଏହି ଚଳଚ୍ଚିତ୍ରର ପୁରା କାହାଣୀ ଏକ ଶିଶୁ ଉପରେ ଆଧାରିତ । ଜର୍ସି ହେଉଛି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ହିନ୍ଦୀ ରିମେକ। ଏଥିରୁ ସେ ଖୁବ ଶୀଘ୍ର ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ବାୟୋପିକ୍ ସାଇନ୍ କରିବେ ବୋଲି ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com