ଜାତୀୟମନୋରଞ୍ଜନ

ବିଗ୍‌ ବସ୍‌ OTT ୱିନର ଦିବ୍ୟା-ବରୁଣ ସୁଦଙ୍କର ହେଲା ବ୍ରେକ୍‌ଅପ୍‌, ପୋଷ୍ଟ ସେୟାର କରି ଦେଲେ ସୂଚନା…

ନୂଆଦିଲ୍ଳୀ() ବିଗ୍ ବସ୍ OTTର ବିଜେତା ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦ ଦୁହେଁ କ୍ୟୁଟ୍‌ କପଲ୍‌ ଭାବେ ଜଣାଶୁଣା । ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି । ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୋଲା ଖୋଲି ଭାବରେ ସର୍ବ ସମ୍ମୁଖରେ ପ୍ରକାଶ କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ଖୁବ୍‌ ପ୍ରଶଂସା କରନ୍ତି। ହେଲେ ହଠାତ୍ ସେମାନଙ୍କର ବ୍ରେକଅପ୍ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦିବ୍ୟା ଅଗ୍ରୱାଲ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ସେ ନିଜ ପାଇଁ ଖୋଲି କରି ନିଶ୍ୱାସ ନେବାକୁ ଏବଂ ବଞ୍ଚିବାକୁ ଚାହୁଁଛନ୍ତି। ଏହା ସହ ବରୁଣ ସୁଦ ଜଣେ ଭଲ ପିଲା କହିଥିବା ସହ ସେମାନେ ସବୁବେଳେ ବନ୍ଧୁ ହୋଇ ରହିବେ ବୋଲି କହିଛନ୍ତି । ତେବେ ସେମାନେ କାହିଁକି ଅଲଗା ହୋଇଗଲେ ସେନେଇ ଦିବ୍ୟା ପ୍ରକାଶ କରି ନାହାନ୍ତି ।

ବରୁଣ ସୁଦଙ୍କ ପୂର୍ବରୁ ଦିବ୍ୟା ଅଗ୍ରୱାଲ ଅଭିନେତା ପ୍ରିୟଙ୍କା ଶର୍ମାଙ୍କ ସହ ପ୍ରେମ ସମ୍ପର୍କ ଥିଲା କିନ୍ତୁ ସେମାନଙ୍କର ମଧ୍ୟ ବ୍ରେକ୍‌ଅପ୍‌ ହୋଇଯାଇଥିଲା । ଅନ୍ୟ ପଟେ ବରୁଣ ସୁଦ ଏବଂ ବେନାଫସା ସୁନାୱାଲା ମଧ୍ୟ ଅଲଗା ହୋଇଯାଇଥିଲେ। ଏହା ପରେ ବରୁଣ ଓ ଦିବ୍ୟା MTV ର ଶୋ ଏସ୍‌ ଅଫ୍‌ ସ୍ପେସ୍‌ର ୨୦୧୮ରେ ସାମିଲ୍‌ ହୋଇଥିଲେ। ଏହା ପରେ ଦୁହେଁ ପରସ୍ପର ର ହାତ ଧରି ଏଣ୍ଟ୍ରି କରିଥିଲେ । ଶୋ’ରେ ବରୁଣ ସମସ୍ତଙ୍କ ସାମ୍ନାରେ ଦିବ୍ୟାଙ୍କୁ ପ୍ରପୋଜ୍‌ ମଧ୍ୟ କରିଥିଲେ । ଦିବ୍ୟାଙ୍କର ଏହା ପୂର୍ବରୁ ବ୍ରେକଅପ୍ ହୋଇଥିଲା। ଏଥିପାଇଁ ସେ ମଧ୍ୟ ଡରୁଥିଲେ କି ବରୁଣ ଏସବୁ ପବ୍ଲିସିଟି ପାଇଁ ନକରନ୍ତୁ । ସେ ଶୋ’ରେ ଥଟ୍ଟା କରିଥିଲେ ଯେ ଯଦି ସେ ଏହାକୁ କେବଳ ପବ୍ଲିସିଟି ପାଇଁ କରନ୍ତି ତେବେ ତାଙ୍କ ବାପା ତାଙ୍କ ବିରୋଧରେ କେସ୍‌ କରିବେ।

ଦିବ୍ୟା ଏବଂ ବରୁଣ ଅନେକ ଶୋ’ରେ ମଧ୍ୟ ଏକାଠି କାମ କରିଥିଲେ । ୨୦୧୯ ରୁ, ସେମାନେ ଲିଭ୍-ଇନ୍ ରିଲେସନସିପରେ ରହିଲେ । ୨୦୨୧ ଅଗଷ୍ଟରେ ‘ବିଗ୍ ବସ୍ OTT’କୁ ଯିବା ପୂର୍ବରୁ ଦିବ୍ୟା ସାକ୍ଷାତକାରରେ କହିଥିଲେ କି, ‘ଆମେ ଏକ ଘର କିଣିବା ପାଇଁ କଠିନ ପରିଶ୍ରମ କରୁଛୁ । ସେ ଶୋ’ରେ କାମ କରି ଟଙ୍କା ରୋଜଗାର କରୁଛନ୍ତି ବର୍ତ୍ତମାନ ପାଳି ମୋର । ଏହା ସହ କହିଥିଲେ କି, ବିବାହ ପୂର୍ବରୁ ସବୁକିଛି ସେଟ୍‌ ହୋଇଯାଉ । ଆଶା କରୁଛି ଆସନ୍ତା ବର୍ଷ ୨୦୨୨ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ହୋଇଯାଇଥିବୁ ଏବଂ ବିବାହ କରିବୁ। ହେଲେ ଏତେ ସବୁ ପରେ ୬ମାସରେ ଏମିତି କଣ ଘଟିଗଲା ଯେ  ଦୁହେଁ ବ୍ରେକ୍‌ ଅପ୍‌ କରିଦେଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com