ଜାତୀୟମନୋରଞ୍ଜନ

ମଥାରେ ସିନ୍ଦୁର, ବେକରେ ସୁନାର ଅଳଙ୍କାର: ଟ୍ରାଡିଶନାଲ୍‌ ଲୁକ୍‌ରେ ସ୍ବାମୀଙ୍କ ସହ ଇଭେଣ୍ଟରେ ପହଞ୍ଚିଲେ ନୟନତାରା

ମୁମ୍ବାଇ : ସାଉଥର ସୁନ୍ଦରୀ ନୟନତାରା ଏବଂ ବିଗ୍ନେଶ ତାମିଲନାଡୁର ୯ ଜୁନରେ ମହାବାଲିପୁରମରେ ଏକ ଗ୍ରାଣ୍ଡ ବିବାହ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ବିବାହ ପରେ ଦୁହେଁ ପ୍ରଥମ ଥର ପାଇଁ ନ୍ୟୁଲି ମ୍ୟାରେଡ୍‌ କପଲ ନୟନତାରା ଓ ବିଗ୍ନେଶ ଏକ ଇଭେଣ୍ଟରେ ନଜର ଆସିଛନ୍ତି । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ।

ବାସ୍ତବରେ ବିବାହ ପରେ ନବ ଦମ୍ପତି ଦୁହେଁ ପ୍ରଥମେ ତିରୁପତି ମନ୍ଦିର ପରିଦର୍ଶନ କରିଥିଲେ। ଯେଉଁଠାରେ ଅଭିନେତ୍ରୀ ହଳଦିଆ ରେଶମ ଶାଢୀ ପିନ୍ଧିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସମୟରେ ବିଗ୍ନେଶ ଶିବନ ଏବଂ ନୟନତାରା ବିବାହ ପରେ ଗଣମାଧ୍ୟମକୁ ଭେଟିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ, ଯେଉଁଥିରେ ଉଭୟ ଏକାଠି ହୋଇଥିଲେ।

ଇଭେଣ୍ଟରେ ସେ ହଳଦିଆ ରଙ୍ଗର ଶାଢୀ ସହ ମଥାରେ ସିନ୍ଦୁର ବେକରେ ଭାରୀ ସୁନା ଅଳଙ୍କାର ପିନ୍ଧି ସ୍ବାମୀଙ୍କ ହାତ ଧରି ଥିବାର ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଏବଂ ସରଳତା ସହିତ ଲାଇମଲାଇଟକୁ ଲୁଟି ନେଇଥିଲା । ଦୁହେଁ ସେମାନଙ୍କର ସାକ୍ଷାତ ବିଷୟରେ କଥାବାର୍ତ୍ତା ହୋଇଥିଲେ ଏବଂ ଏହି ସମୟରେ ଦୁହେଁ ବହୁତ ଖୁସି ଦେଖାଯାଉଥିଲେ ।

ସେମାନେ ୨୦୧୫ରେ ଏକ ଫିଲ୍ମର ସେଟ୍ରେ ସାକ୍ଷାତ ହୋଇଥିଲେ।  ଯାହାର ନିର୍ଦ୍ଦେଶକ ବିଗ୍ନେଶ୍ । ବିବାହ ପୂର୍ବରୁ ୬ ବର୍ଷ ଯାଏଁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com