Featuredଜାତୀୟ

ନୂଆ ମାମଲାରେ ତିହାଡ ଜେଲରୁ ମହାଠକ ସୁକେଶଙ୍କୁ ଗିରଫ କଲା ଇଡି

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ପୁଣି ଅଡୁଆ ବଢିଛି । ଏକ ନୂଆ ମାମଲାରେ ସୁକେଶକୁ ତିହାଡ ଜେଲରୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସୁକେଶଙ୍କୁ ଇଡି ପଟିଆଲା ହାଉସ କୋର୍ଟରେ ହାଜର କରିବା ପରେ କୋର୍ଟଙ୍କ ଅନୁମତି କ୍ରମେ ତାକୁ ୯ ଦିନିଆ ରିମାଣ୍ଡରେ ନେଇଛି ।

ସୂଚନା ମୁତାବକ ରେଲିଗେୟର ଏଣ୍ଟରପ୍ରାଇଜେସ ଲିମିଟେଡର ପୂର୍ବ ପ୍ରମୋଟର ମଲବିନ୍ଦର ସିଂଙ୍କ ପତ୍ନୀଙ୍କ ଠାରୁ ସୁକେଶ ୩.୫କୋଟି ଟଙ୍କା ନେଇଥିବା ଅଭିଯୋଗ ଆଣିଛନ୍ତି ମଲବିନ୍ଦରଙ୍କ ପତ୍ନୀ । ଏନେଇ ପଟିଆଲା ହାଉସକୋର୍ଟ ଅଭିଯୋଗକାରୀଙ୍କ ଦଲିଲ ଶୁଣିବା ପରେ ସୁକେଶକୁ ୯ଦିନିଆ ଇଡି ହେପାଜତକୁ ପଠାଇ ଦିଆଯାଇଛି । ଏହାସହ କୋର୍ଟ ତରଫରୁ କୁହାଯାଇଛି କି, ସୁକେଶ ପ୍ରତିଦିନ ୧୫ ମିନିଟ ପାଇଁ ନିଜ ଓକିଲଙ୍କୁ ଭେଟିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com