Featuredଓଡ଼ିଶାରାଜନୀତି

ଦେଖନ୍ତୁ ଆମ MLAଙ୍କ Report Card, ଏଥର Junagarh, ଆରଥରକୁ…

|| Captain Dibya Shankar Mishra || Kalahandi

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସରି ଆସିଲାଣି ଷୋଡ଼ଶ ବିଧାନସଭା କାର୍ଯ୍ୟକାଳ । ଆଉ ବର୍ଷକ ଭିତରେ ପୁଣି ହେବ ନିର୍ବାଚନ । ଅନ୍ୟ ଟର୍ମ ଅପେକ୍ଷା ଚଳିତଥର ଅନେକ ଅସୁବିଧାର ସାମ୍ନା କରିଥିଲେ ସାଧାରଣ ଜନତା । ଖାସ କରି କରୋନା ପାଇଁ ବର୍ଷାଧିକ କାଳ ଲୋକ ଗୃହ ବନ୍ଦୀ ରହିବା ସହିତ ନାହିଁ ନଥିବା ଅସୁବିଧାର ସାମ୍ନା କରିଥିଲେ । ଆଉ ଏଭଳି ଦୁର୍ବିସହ ପରିସ୍ଥିତିରେ କେମିତି ଥିଲା ଆପଣଙ୍କ ପ୍ରତିନିଧିଙ୍କ ଭୁମିକା । ଆପଣମାନେ କେତେ ସହେଯାଗ ପାଇଛନ୍ତି ଆପଣଙ୍କ ପ୍ରତିନିଧିଙ୍କ ପାଖରୁ । ଏଇ ୪ବର୍ଷ ଭିତରେ କଣ କରିଛନ୍ତି ଆପଣଙ୍କ ବିଧାୟକ ବା ବିଧାୟିକା । ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ତାଙ୍କର ଅବଦାନ କଣ । ବିଧାନସଭାରେ ଆପଣଙ୍କ ପାଇଁ ସେ କିଭଳି ସ୍ୱର ଉତ୍ତୋଳନ କରିଛନ୍ତି । ସୋସିଆଲ ମିଡିଆ ହେଉ କି ସାଧାରଣ ଜୀବନ କେତେ ଆକ୍ଟିଭ ଆପଣଙ୍କ ନିର୍ବାଚିତ ପ୍ରତିନିଧି । କେଉଁ କେଉଁ ପ୍ରସଙ୍ଗକୁ ନେଇ ଆପଣଙ୍କ ବିଧାୟକ ବିବାଦ ଭିତରକୁ ଆସିଥିଲେ ଓ କେଉଁ କାମ ପାଇଁ ତାଙ୍କୁ ମିଳିଥିଲାପ୍ରଂଶସା । ଚାଲନ୍ତୁ ଏଇ ପରିପ୍ରେକ୍ଷୀରେ ଦେଖିବା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ରିପୋର୍ଟ କାର୍ଡ। ତାଙ୍କ ବିଷୟରେ ତ ଟିକନିକ ତର୍ଜମା କରିବା ହେଲେ ତା ପୁର୍ବରୁ ଆସନ୍ତୁ ଜାଣିନେବା ଜୁନାଗଡ ବିିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ।

  • ଜୁନାଗଡ଼ ବିିଧାନସଭା ନିର୍ବାଚନମଣ୍ଡଳୀ

– କଳାହାଣ୍ଡି ଜିଲ୍ଲାରେ ଥିବା ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅନ୍ୟତମ ଜୁନାଗଡ ଅଣ ସଂରକ୍ଷିତ ଆସନ ।
– ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ସହିତ ଜୁନାଗଡ ମୁନିସିପାଲିଟିକୁ ନେଇ ଗଠିତ ଜୁନାଗଡ ନିର୍ବାଚନ ମଣ୍ଡଳୀ
– ପାଖାପାଖି ଦୁଇ ଲକ୍ଷ ୪୦ ହଜାର ଭୋଟର ରହିଛନ୍ତି ଏଇ ନିର୍ବାଚନ ମଣ୍ଡଳୀରେ
– ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ୭୫.୯୬ ପ୍ରତିଶତ ଓ ୨୦୧୯ ନିର୍ବାଚନରେ ୭୯.୦୧ ପ୍ରତିଶତ ମତଦାନ ହୋଇଥିଲା
– ୨୦୧୯ ସାଧାରଣ ନିର୍ବାଚନରେ ଏଠି ଦେଖିବାକୁ ମିଳିଥିଲା ତ୍ରୀମୁଖୀ ଲଢେଇ । ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କରଙ୍କୁ ୮୩ହଜାର ୭୮୯ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମନୋଜ ମେହେରଙ୍କୁ ମିଳିଥିଲା ୫୫ହଜାର ୯୩୦ଟି ଭୋଟ । ସେହିଭଳି କଂଗ୍ରେସ ପ୍ରାର୍ଥୀ ଅନୀଲ ସିଂଦେଓଙ୍କୁ ମିଳିଥିଲା ମୋଟ ୩୨ ହଜାର ୩୪୩ଟି ଭୋଟ ।
– ୨୭,୮୫୯ ଭୋଟର ବିଶାଳ ବ୍ୟବଧାନରେ ବିଜେପି ପ୍ରାର୍ଥୀ ମନୋଜ ମେହେରଙ୍କୁ ମାତଦେଇ ଦ୍ୱିତୀୟ ଥର ପାଇଁ ଜୁନାଗଡର ବିଧାୟିକ ସାଜିିଥିଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଜୁନାଗଡ଼ ବିଧାନସଭା ଆସନ ସହ ଗତ ୨୦୧୯ ନିର୍ବାଚନରେ ଫଳାଫଳ ବିଷୟରେ ତ ଜାଣିଲେ । ଏବେ ଆସନ୍ତୁ ଜାଣିିବା ବିଧାୟକଙ୍କ ପାରିବାରିକ ଜୀବନ ବିଷୟରେ । ବିଧାୟିକା ହେବା ପୁର୍ବରୁ ଦିବ୍ୟଶଙ୍କର କଣ କରୁଥିଲେ । ତାଙ୍କ ବାଲ୍ୟ ଜୀବନ ଓ ପାରିବାରିକ ଜୀବନ କେମିତି ଥିଲା । କେମିତିଥିଲା ତାଙ୍କର ରାଜନୈତିକ ଯାତ୍ରା । ଆର୍ଥିକ ଭାବେ ସେ କେତେ ସ୍ୱଚ୍ଛଳ ଏବଂ ତାଙ୍କ ନାଁରେ ରହିଛି କେଉଁ କେଉଁ ଅପରାଧିକ ମାମଲା

  • କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

– ୧୫ ଜୁଲାଇ ୧୯୬୮ ମସିହାରେ ଜନ୍ମଗ୍ରହଣ କରିଥିିଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।
– ବାପା ସ୍ୱର୍ଗତଃ ବିଭୁତି ଭୂଷଣ ମିଶ୍ର ଓ ମା ସଂଯୁକ୍ତା ମିଶ୍ର
– ୧୯୮୪ ମସିହାରେ ସେ ଭୁବନେଶ୍ୱର ସୈନିକ ସ୍କୁଲରୁ ପାସ କରିବା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୧୯୯୦ ମସିହାରେ ବିଏସସି ପାସ କରିଥିଲେ
– ସେ ଥିଲେ ଭାରତୀୟ ବାୟୁସେନାର ସ୍କ୍ୱାର୍ଡନ ଲିଡର, ଏହାପରେ ସେ ଛତିଶଗଡ ସରକାରଙ୍କ ମୁଖ୍ୟ ପାଇଲଟ ଭାବ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
– ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଜୁନାଗଡ ବିଧାୟକ ଭାବରେ ଦାୟୀତ୍ୱ ତୁଲାଇ ଆସିଥିବା ବେଳେ ୨୦୧୯ ନିର୍ବାଚନରେ ଜୁନାଗଡ ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।
– ମେ ୨୦୧୯ ରୁ – ଜୁନ ୨୦୨୨ ପର୍ଯ୍ୟନ୍ତ ସେ ଓଡିଶା ସରକାରଙ୍କ ରାଜ୍ୟ ଗୃହ ମନ୍ତ୍ରୀ ସହିତ ଶକ୍ତି ଓ ଏମଏସଏମଏଇ ବିଭାଗର ମନ୍ତ୍ରୀ ଭାବେ ସେ ଦାୟୀତ୍ୱ ତୁଲାଇ ସାରିଛନ୍ତି ।
– ଦିବ୍ୟଶଙ୍କର ତାଙ୍କର ପ୍ରଥମ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ୨୦୨୩ ଫେବୃଆରୀ ୨୫ରେ ପ୍ରିୟାଙ୍କା ଅଗସ୍ତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ଜଣେ ନାବଳକ ପୁଅ ବର୍ତ୍ତମାନ ଦୁବାଇରେ ପାଠ ପଢୁଛନ୍ତି ।
– ତାଙ୍କର ନିଜ ଘର ଠିକଣା ହେଉଛି ରାଧାକୃଷ୍ଣ ନଗର, ପରଦେଶି ପଡା, ପୋଷ୍ଟ- ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ- ୭୬୬୦୦୧
– କ୍ୟାପଟେନ ମିଶ୍ରଙ୍କ ନିକଟରେ ପାଖାପାଖି ୮ କୋଟି ଟଙ୍କାର ସମ୍ପତ୍ତି ରହିଥିବା ବେଳେ ସେ ୨ଲକ୍ଷ ୩୪ହଜାର ଟଙ୍କାର ସେ ବ୍ୟାଙ୍କ ଲୋନ ନେଇଛନ୍ତି। ଏବଂ ରାଜ୍ୟର କୋଟିପତି ବିଧାୟକଙ୍କ ଭିତରୁ ସେ ଅନ୍ୟତମ ।
– ତାଙ୍କ ନାଁରେ ୩ଟି ସଂଗୀନ ଅପରାଧିକ ମାମଲା ରହିଛି ।

ରାଜନୀତି ଓ ବିବାଦ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି । କୌଣସି ପ୍ରସଙ୍ଗକୁ ନେଇ କେତେବେଳେ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡେ ତ ଏହାକୁ ନେଇ କେତେବେଳେ ସାଧରାଣ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡେ । କେତେବଳେ କୌଣସି ପ୍ରସଙ୍ଗ ଜନ ପ୍ରତିନିଧିଙ୍କୁ ପ୍ରଶଂସାରେ ପୋତି ପକାଏ ତ କେତେବେଳେ ଛବିକୁ ସର୍ବସାଧାରଣରେମଳିନ କରିଦିଏ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ କାରଣ ପାଇଁ ବିବାଦ ଭିତରକୁ ଆସିଥିଲେ କ୍ୟାପଟେନ ମିଶ୍ର ଆଉ କେଉଁ ପ୍ରସଙ୍ଗ ତାଙ୍କୁ ରାଜନୈତିକ ମଇଦାନରେ ବେଶ ମାଇଲେଜ ଦେଇଥିଲା ।

  • ଦିବ୍ୟଶଙ୍କରଙ୍କ ବିବାଦ ଓ ସଫଳତା

କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବେଶ ବିବାଦୀୟ ହୋଇ ପଡିଥିଲେ । ତାଙ୍କ ସଂପୃକ୍ତି ଅଭିଯୋଗ ନେଇ ମାସାଧିକ କାଳ ସାରା ରାଜ୍ୟରେ ତମ୍ବିତୋଫାନ କରିଥିଲେ ବିରୋଧି । ଏତିପାଇଁ କ୍ୟାପଟେନ ମିଶ୍ରଙ୍କୁ ପ୍ରବଳ ବିରୋଧର ସାମନା କରିବାକୁ ପଡିଥିଲା । ବିରୋଧିମାନେ ଘର ଉପରକୁ ଅଣ୍ଡାମାଡ କରିବା ସହ କୁଶ ପୁତ୍ତଳିକା ଦାହ କରି ଇସ୍ତଫା ମାଗିଥିଲେ । ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତି ସହିତ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ପାଇଁ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗକୁ ନେଇ ରାଜ୍ୟବ୍ୟାପି ଆଲୋଡନ ସୃଷ୍ଟି ହୋଅଥିଲା । ଏଇ ମାମଲାରେ ସରକାରଙ୍କୁ ବି ବେଶ ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ଆଉ ଏଇ ଘଟଣାକୁ ନେଇ ମାସାଧିିକ କାଳ ରାଜ୍ୟ ରାଜନୀତି ସରଗରମ ରହିଥିଲା । ଏହା ସହିତ କ୍ୟାପଟେନ ମିଶ୍ର ଏକ ସାଧାରଣ ସଭାରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ମଞ୍ଚତଳୁ କିଛି କହିଥିଲେ। ଯାହାକୁ ନେଇ ରାଗି ଯାଇଥିଲେ କ୍ୟାପେଟନ । ଏବଂ ତାଙ୍କୁ ଆକ୍ଷେପ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଇ ମାମଲାକୁ ନେଇ ବି ସ୍ଥାନୀୟ ରାଜନୀତି ବେଶ ସରଗରମ ହୋଇଥିଲା । ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରି କ୍ୟାପଟେନଙ୍କୁ ଘେରିଥିଲେ ବିରୋଧି । କହିବାକୁ ଗଲେ ମମିତା ମେହେର କେସ ଜୁନାଗଡ ବିଧାୟକଙ୍କ ଭାବମୁର୍ତ୍ତୀକୁ ଢେର ମଳିନ କରି ଦେଇଥିଲା ।

  • ଏବେ ଆସନ୍ତୁ ନଜର ପକାଇବା ଜୁନାଗଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଉପରେ

– କ୍ୟାପଟେନ ମିଶ୍ରଙ୍କ ସମୟରେ ଜୁନାଗଡରେ ଷ୍ଟାଡିଅମ ନିର୍ମାଣ ହୋଇଥିବା ବେଳେ ନିର୍ବାଚନ ମଣ୍ଡଳୀର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତିକରଣ ହୋଇଛି । । ବିଧାୟକଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍କୁଲ ଓ କଲେଜର ଉନ୍ନତିକରଣ ହୋଇଛି । କିଛି ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରିଛନ୍ତି ବିଧାୟକ । ତାଙ୍କ ନିର୍ବାଚନ ମଣ୍ଡଳୀରେ ରାସ୍ତାଘାଟ କାମ ବି ଭଲ ହୋଇଥିବା ସ୍ଥାନୀୟଲୋକେ ମତ ଦିଅନ୍ତି । ତେବେ ଦାଦନ ପ୍ରବଣ ଜିଲ୍ଲାର ଜୁନାଗଡରେ ସେମିତି କିଛି ଆଖିଦୃଷ୍ଟିଆ ବଡ କାମ ହୋଇନଥିବା ବି ଅଭିଯୋଗ କରିଛନ୍ତି ଲୋକେ । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିକାଶମୂଳକ କାମ ଆଭରେଜ ହଁ କୁହାଯାଇପାରିବ ।

ସାଧାରଣତଃ ପଞ୍ଚାୟତ ଓ ପୌର ନିର୍ବାଚନ ଲଢାଯାଇଥାଏ ସ୍ଥାନୀୟ ବିଧାୟକ କିମ୍ବା ବିଧାୟିକାଙ୍କ ତତ୍ତ୍ୱାବଧାନରେ । ଆଉ ସଫଳତା ବ ବିଫଳତାର ଶ୍ରେୟ ଯାଇଥାଏ ତାଙ୍କରି ମୁଣ୍ଡକୁ । କିନ୍ତୁ କ୍ୟାପଟେନ ମିଶ୍ର ନିଜ ନିର୍ବାନ ମଣ୍ଡଳୀ ସହ ଜିଲ୍ଲାର ବି ଦାୟୀତ୍ୱ ବୁଝୁଥିଲେ । ୨୦୧୭ ଓ ୨୦୨୨ରେ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଦିବ୍ୟଶଙ୍କରଙ୍କ ନେତୃତ୍ୱରେ ଲଢିଥିଲା ବିଜେଡି । ତେବେ ଆସନ୍ତୁ ନଜର ପକାଇବା କେମିତି ଥିଲା ଏଠାରେ ଦିବ୍ୟଶଙ୍କରଙ୍କ ପରଫରମାନ୍ସ ।

  • ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ

– ଜୁନାଗଡ ନିର୍ବାଚନ ମଣ୍ଡଳୀରେ ରହିଛି ଦୁଇଟି ବ୍ଲକ ଓ ଗୋଟିଏ ମୁନିସିପାଲିଟି ।
– ଜୁନାଗଡ ବ୍ଲକ ଅଧିନ ୪ଟି ଜିଲ୍ଲା ପରିଷଦ ଜୋନରୁ ୪ଟି ଯାକ ଆସନରେ ବାଜି ମାରି ନେଇଥିଲା ବିଜେଡି
– ଗୋଲାମୁଣ୍ଡା ବ୍ଲକ ଅଧିନ ୩ଟି ଜିଲ୍ଲା ପରିଷଦ ଜୋନରେ ମଧ୍ୟ ୩ଟିଯାକ ଆସନକୁ କ୍ଲିନ ସ୍ୱିପ କରି ନେଇଥିଲା ବିଜେପି
– ଜୁନଗଡ଼ ବ୍ଲକ ଅଧ୍ୟକ୍ଷା ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ସବିତା ମେହେର
– ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ବିନ୍ଦୁ ମହାନନ୍ଦ
– ଜୁନାଗଡ ମୁନସିପାଲଟିରେ ହୋଇଥିବା ପୌର ନିର୍ବାଚନରେ୧୨ଟି ୱାର୍ଡରୁ ୧୦ଟି ୱାର୍ଡରେ ବାଜି ମାରିଥିଲା ବିଜେଡି
– ବିଜେପି ୨ ୱାର୍ଡରେ ବାଜି ମାରିବା ସହିତ ହାତେଇଥିଲା ମୁନସିପାଲିଟି ଚେୟାରମ୍ୟାନ ଆସନ
– ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରୱାଲ ହୋଇଥିଲେ ଜୁନାଗଡ ମୁନସିପାଲିଟି ଅଧ୍ୟକ୍ଷ
– ଜିଲ୍ଲା ପରିଷଦରେ ବିଜେଡି କ୍ଲିନ ସ୍ୱିପ କରିଥିବା ବେଳେ ମୁନସିପାଲଟିରେ ବି ଭଲ ରେଜଲ୍ଟ କରିଥିଲା । କିନ୍ତୁ ମୁନସିପାଲିଟି ଚେୟାରମ୍ୟାନ ଆସନ ବିଜେପି ଖାତାକୁ ଚାଲିଯିବାରୁ କ୍ୟାପଟେନ ମିଶ୍ର ବ୍ୟାକଫୁଟରେ ରହିଗଲେ । ଆଉ ଏଠି ତାଙ୍କ ପରଫମାନ୍ସକୁ ଆଭରେଜ ହିଁ କୁହାଯିବ
– ୨୦୧୯ରେ ପୁଷ୍ପେନ୍ଦ୍ର ସିଂଦେଓ ଲୋକସଭା ନିର୍ବାଚନ ହାରିବା ପରେ ଦିବ୍ୟଶଙ୍କରଙ୍କ ଉପରେ ହିଁ ରହିଥିଲା ପୁରା ଜିଲ୍ଲାର ଦାୟୀତ୍ୱ । କିନ୍ତୁ ମମିତା ମେହେର ହତ୍ୟାକାଣ୍ଡ ପରେ କ୍ୟାପଟେନ ମିଶ୍ରଙ୍କ ଛବି ଖରାପ ହୋଇଯାଇଥିଲା । ତେଣୁ ଜିଲ୍ଲା ପାଇଁ ଖୋଜା ଚାଲିଛି ନୂଆ ମଙ୍ଗୁଆଳ ।

ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ନିଜ ଅଞ୍ଚଳର ଅସୁବିଧା କୁ ନେଇ ସ୍ୱର ଉତ୍ତୋଳନ କରିବା ସହ ବିକାଶ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଲୋକେ ଜଣେ ପ୍ରତିନିଧିଙ୍କୁ ପଠାଇଥାନ୍ତି ବିଧାନସଭା । ଆଉ ଏଇଠି ଧରା ପଡିଯାଏ ଜଣେ ଜନପ୍ରତିନିଧିଙ୍କ ପାରିବା ପାଣିଆ । ତେବେ ୨୦୧୯ ମସିହାରୁ ମନ୍ତ୍ରୀ ଭାବରେ ଦାୟୀତ୍ୱଗ୍ରହଣ କରିଥିଲେ କ୍ୟାପଟେନ ମିଶ୍ର । ତେଣୁ ତାଙ୍କ ବିଭାଗର ଆସୁଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ବିଧାୟକମାନଙ୍କୁ । ତେବେ ଆସନ୍ତୁ ନଜର ପକାଇବା ଦିବ୍ୟଶଙ୍କରଙ୍କ ଅମଳରେ କଣ କଣ କାମ ହୋଇଛି ଓ ମନ୍ତ୍ରୀ ଭାବରେ କେମିତି ଥିଲା ତାଙ୍କର ପରଫରମାନ୍ସ ।

  • ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଷୋଡ଼ଶ ବିଧାନସଭାରେ ଜୁନାଗଡର ପ୍ରତିନିଧି ସାଜି ପବିତ୍ରଗୃହରେ ପାଦ ଦେଇଥିଲେ ଦିବ୍ୟଶଙ୍କର ମିଶ୍ର । ଏବଂ ସେଇ ୨୦୧୯ରେ ହିଁ ସେ ପାଇଥିଲେ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ ଥିଲେ ଦିବ୍ୟଶଙ୍କର । ଆଉ ତାଙ୍କୁ ଗୁରୁତ୍ତ୍ୱପୁଣ୍ଣ ବିଭାଗ ମିଳିଥିଲା । ରାଜ୍ୟ ଗୃହ ମନ୍ତ୍ରୀ ସହିତ ଶକ୍ତି ଓ ଏମଏସଏମଏଇ ବିଭାଗର ମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଛନ୍ତି । ତାଙ୍କରି ସମୟରେ ରାଜ୍ୟର ଦମକଳ କେନ୍ଦ୍ରଗୁଡିକୁ ଆଧୁନୀକରଣ କରାଯିବା ସହ ହାଏ ଟେକ୍ନୋଲୋଜିର ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା । ସ୍ୱତନ୍ତ୍ର ଟ୍ରେନିଂ ସହ ଅଗ୍ନି ନିରୋଧକ ପୋଷାକ ଯୋଗାଇ ଦିଆ ଯାଇଥିଲା କର୍ମଚାରୀଙ୍କୁ । ସେହିଭଳି ତାଙ୍କର ମନ୍ତ୍ରୀତ୍ୱ ସମୟରେ ଓଡିଶାରେ ପୁଞ୍ଜିନିବେଶ ନିବେଶ ପାଇଁ ନିଆ ଯାଇଥିଲା ସ୍ୱତନ୍ତ୍ର ପଦକ୍ଷେପ । ଦେଶର ବିଭିନ୍ନ ସହର ସହିତ ବିଦେଶରେ ହୋଇଥିଲା ଇନଭେଷ୍ଟର ମିଟ । ଦେଖିବାକୁ ଗଲେ ମନ୍ତ୍ରୀ ଭାବରେ କ୍ୟାପଟେନ ମିଶ୍ରଙ୍କର ପରଫରମାନ୍ସ ବହୁତ ଭଲ ରହିଥିଲା । ସେ ଥିଲେ ଥାର୍ଡ ଫ୍ଲୋରର ଗୁଡ ବୁକରେ କିନ୍ତୁ ମମିତା ମେହେର ମାମଲା ପରେ ହଠାତ ବଦଳି ଯାଇଥିଲା ସବୁକିଛି । ଏଥିପାଇଁ ମନ୍ତ୍ରୀଙ୍କ ଭାବମୁର୍ତ୍ତୀ ମଳିନ ହେବା ସହ କିଛି ମାସ ପରେ ତାଙ୍କୁ ମନ୍ତ୍ରୀ ପଦରୁ ବିଦାୟ ନେବାକୁ ପଡିଥିଲା ।

ରାଜନୀତିର ଅର୍ଥ ସାଧାରଣ ଲୋକଙ୍କ ସହିତ ଯୋଡି ହେବା ବା ମିଶିବା ଏବଂ ସେମାନଙ୍କ ସୁଖଦୁଃଖରେ ସାମିଲ ହେବା । ପୁର୍ବରୁ ଏଥିପାଇଁ ଲୋକଙ୍କୁ ଜନ ପ୍ରତିନିଧିଙ୍କ ପାଖକୁ ଯିବାକୁ ପଡୁଥିଲା କିମ୍ବ ଜନ ପ୍ରତିନିଧିଙ୍କୁ ଆସିବାକୁ ପଡୁଥିଲା ଜନତାଙ୍କ ପାଖକୁ । କିନ୍ତୁ ଏବେ ଟେକ୍ନୋଲୋଜି ଯୁଗରେ ସବୁ କିଛି ହାତ ପାହାନ୍ତାରେ । ଘରେ ବସି ଏକା ସାଙ୍ଗରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାସାଙ୍ଗରେ ଯୋଗାଯୋଗ କରିହେଉଛି ସୋସିଆଲ ମିଡିଆରେ । ତେବେ ଆସନ୍ତୁ ଦେଖିବା ସୋସିଆଲ ମିଡିଆରେ କେତେ ଆକ୍ଟିଭ ଆମ ବିଧାୟିକ ମହାଶୟ…

  • ସୋସିଆଲ ମିଡିଆରେ ଦିବ୍ୟଶଙ୍କର ମିଶ୍ର

ପ୍ରଥମେ ଦେଖିବା ଫେସବୁକ ପ୍ରୋଫାଇଲ । ଫେସବୁକରେ ବେଶ ଆକ୍ଟିଭ ଅଛନ୍ତି ଦିବ୍ୟଶଙ୍କର ମିଶ୍ର । ଫେସବୁକରେ ତାଙ୍କର ୮ହଜାର ଫଲୋଅର ଥିବାବେଳେ ନିୟମିତ ବ୍ୟବଧାନରେ ସେ ବିଭିନ୍ନ ପୋଷ୍ଟ କରିଥାନ୍ତି । ବିଧାୟକ ମିଶ୍ର ଇନଷ୍ଟାଗ୍ରାମରେ ସକ୍ରିୟ । ଟ୍ୱିଟରରେ କିନ୍ତୁ ଆଗରୁ ବେଶ ସକ୍ରିୟ ଥିଲେ କ୍ୟାପଟେନମିଶ୍ର । କିନ୍ତୁ ଗଲା ଦୁଇ ବର୍ଷ ହେବ ସେ କୌଣସି ପୋଷ୍ଟ କରିନାହାନ୍ତି । ତାଙ୍କର ଟ୍ୱିଟରରେ ଦୁଇଟି ଆକାଉଣ୍ଟ ଥିବା ବେଳ ଗୋଟିଏରେ ୨୦୧୯ରୁ କିଛି ପୋଷ୍ଟ ହୋଇ ନଥିବା ବେଳେ ଆଉଗୋଟେଆକାଉମ୍‌ଟରେ ୨୧୨୧ରେ ହୋଇଛି ଲାଷ୍ଟ ପୋଷ୍ଟ । ଦେଖିବାକୁ ଗଲେ

  • ସୋସିଆଲ ମିଡିଆରେ କ୍ୟାପଟେନ ମିଶ୍ରଙ୍କ ପରଫରମାନ୍ସ ଆଭରେଜ ରହିଛି 

– ଏଥର ରିପୋର୍ଟ କାର୍ଡରେ ଦେଖିଲେ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ପରଫରମାନ୍ସ । କ୍ୟାପଟେନ ମିଶ୍ରଙ୍କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗାମୀ ରିପୋର୍ଟରେଆଉ ଜଣେ ବିଧାୟକଙ୍କ ପରଫରମାନ୍ସ ଉପରେ ଦେବୁ ଟିକନିକ ତଥ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com