Featuredଅନ୍ତର୍ଜାତୀୟଜାତୀୟରାଜନୀତି

ଜି-୨୦ ସମ୍ମିଳନୀ ପରେ ଋଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ !

ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି । ଏହି ସମ୍ମିଳନୀ ୧୫ ଏବଂ ୧୬ ନଭେମ୍ବରରେ ବାଲିରେ ଆୟୋଜିତ ହେଉଛି । ଭାରତ ପାଇଁ ଏହି ସମ୍ମିଳନୀ ବେସ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମ୍ମିଳନୀର ସମାପନରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ବିଡୋଡୋ ଭାରତକୁ ଅଧ୍ୟକ୍ଷତା ହସ୍ତାନ୍ତର କରିବେ । ଏହା ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ।  ଜି୨୦ ସମାପ୍ତ ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ଋଷ ଗସ୍ତ ନେଇ ଦୁଇ ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।ଏହି ସମୟରେ ଋଷ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀରେ ସେ ସାମିଲ ହେବେ ।  ସୂଚନା ଅନୁସାରେ ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ । ତେବେ ଏହାକୁ ନେଇ ଏଯାଏ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com