Featuredଓଡ଼ିଶା

ଆଜି ସନ୍ଧ୍ୟାରେ ଦ୍ବିତୀୟ ବିବାହ କରିବେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଆଜି ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରିୟଙ୍କା ଅଗସ୍ତୀଙ୍କର ହାତ ଧରିବେ । ପୁରୀ ଜିଲ୍ଲା ପିପିଲିର ଦି ଆଡଭେଞ୍ଚର କନଭେନସନରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। ପୂର୍ବାହ୍ନରେ ଉଭୟଙ୍କର ନିର୍ବନ୍ଧ ସରିଛି। ସନ୍ଧ୍ୟାରେ ବାହାଘର ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ବିବାହ ଉତ୍ସବରେ କେବଳ ସମ୍ପର୍କୀୟ ଓ ଅତି ପାଖ ଲୋକ ସାମିଲ ହେବେ।

ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଦିବ୍ୟଶଙ୍କରଙ୍କର ପୁଅ ବି ଅଛନ୍ତି। ସେ ଲଣ୍ଡନରେ ଥିବା ଜଣାଯାଇଛି। ଏଣେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ଆଗରୁ ସେ ମାନସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କର ପରେ ଛାଡ଼ପତ୍ର ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com