ଜାତୀୟରାଜନୀତି

ଏମ୍‌ଏଲ୍‌ସି ପ୍ରାର୍ଥୀଙ୍କ କାର୍‌ ଉପରକୁ ଆଖିବୁଜା ଗୁଳିମାଡ, ଜଣେ ମୃତ

ପାଟନା: ବିହାରରେ ଦିନକୁ ଦିନ ବଢ଼ି ଚାଲିଛି ଅପରାଧ। ଖୋଲାଖୋଲି ବିଚ୍‌ ରାସ୍ତାରେ ଅପରାଧୀମାନେ କରୁଛନ୍ତି ଆକ୍ରମଣ। ବିହାର ସିୱନ ଜିଲ୍ଲାରେ ଏମ୍‌ଏଲସି ପ୍ରାର୍ଥୀ ରଇସ ଖାନ୍‌ଙ୍କ କାର୍‌ ଉପରକୁ ଆଖିବୁଜା ଗୁଳିମାଡ ହୋଇଛି। ତାଙ୍କ କନଭେ ଉପରକୁ AK-47 ଆକ୍ରମଣ କରାଯାଇଛି। ତେବେ ଏହି ଆକ୍ରମଣରେ ରାଇସ୍ ଖାନ୍ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁଳି ବାଜିଛି।

ସୂଚନା ଅନୁସାରେ, ଏହି ଆକ୍ରମଣ ସୋମବାର ବିଳମ୍ବିତ ରାତିରେ ହୋଇଛି। ଏମଏଲସି ପ୍ରାର୍ଥୀ ରାଇସ ଖାନ ତାଙ୍କ କାର୍ଯ୍ୟାଳୟରୁ ସହରର ପୁରାଣା କିଲା ସ୍ଥାନରୁ ଜ୍ୟାସପୁରକୁ ଫେରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହି ସମୟରେ AK-47 ରୁ ଗୁଳି ବିନିମୟ ହୋଇଥିଲା। ୪ରୁ ୫ ଜଣ ଏହି ଆକ୍ରମଣ କରିଥିବା କୁହାଯାଉଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀମାନେ ଏକ ବୋଲେରୋ ଗାଡିକୁ ମଧ୍ୟ ଟାର୍ଗେଟ କରି ଗୁଳି ମାଡ କରିଥିଲେ। ଆକ୍ରମଣକାରୀମାନେ ଭାବିଥିଲେ ଯେ ଏହି କାର ମଧ୍ୟ ରାଇସ୍ ଖାନଙ୍କ କନଭେରେ ସାମିଲ ଅଛି। କିନ୍ତୁ ଉକ୍ତ କାର୍‌ରେ ବରଯାତ୍ରୀ ଥିଲେ। ଏହି କାର୍‌ରେ ଥିବା ୩୦ ବର୍ଷୀୟ ବିନୋଦ ଯାଦବଙ୍କୁ ଗୁଳି ବାଜିବା ପରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲେ। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ଏହି ମାମଲାରେ ସିୱାନ ପୁଲିସ ଅଧୀକ୍ଷକ ଶୈଲେଶ କୁମାରଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଆମକୁ ସୂଚନା ମିଳିଛି ଯେ ହୁସେନଗଞ୍ଜର ଏକ ଅଞ୍ଚଳରେ କାର ଯୋଗେ ଫେରୁଥିବା ଲୋକଙ୍କ ଉପରେ ଗୁଳିମାଡ ହୋଇଛି। ତେବେ ଯେଉଁ ବ୍ୟକ୍ତିଙ୍କୁ ଗୁଳି ବାଜିଛି ସେ ବର୍ତ୍ତମନା ବିପଦମୁକ୍ତ ଅଛନ୍ତି। ଘଟଣାର ତଦନ୍ତ ଚାଲିଛି।

बिहार: सिवान ज़िले में एमएलसी प्रत्याशी रईस खान के काफिले पर हमले का मामला सामने आया है।

पुलिस अधीक्षक शैलेश कुमार ने बताया, “सूचना मिली कि हुसैनगंज के किसी क्षेत्र में गाड़ी से लौट रहे लोगों पर सड़क के किनारे कहीं से गोलियां चलाई गई।” (1/2) pic.twitter.com/9eHy1xrz4T

— ANI_HindiNews (@AHindinews) April 5, 2022

Related Articles

Back to top button
WP Twitter Auto Publish Powered By : XYZScripts.com