ଅନ୍ତର୍ଜାତୀୟଜାତୀୟ

ସେୟାର ବଜାର ମାନ୍ଦା : ଆରମ୍ଭରୁ ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ

ନୂଆଦିଲ୍ଲୀ() ତିନି ଦିନର ଛୁଟି ପରେ ଖୋଲିଛି ସେୟାର ବଜାର । କିନ୍ତୁ ବଜାର ଖୋଲିବା ମାତ୍ରେ ସେୟାର ବଜାରରେ ବଡ଼ଧରଣ ହ୍ରାସ ଦେଖିବାକୁ ମିଳିଛି । ସପ୍ତାହର ପ୍ରଥମ ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୯୭୯ ପଏଣ୍ଟ ହ୍ରାସ ପାଇ ୫୭୩୫୮ରେ ଖୋଲିଥିବା ବେଳେ ନିଫ୍ଟି ମଧ୍ୟ ଲାଲ୍ ମାର୍କ ସହିତ କାରବାର ଆରମ୍ଭ କରିଛି ।

ଖବର ଅନୁଯାୟୀ, ବିଶ୍ୱ ବଜାରରେ ଚାଲିଥିବା ଆର୍ଥିକ ଅନିୟମିତତାର ପ୍ରଭାବ ଏବେ ଘରୋଇ ବଜାର ଉପରେ ମଧ୍ୟ ପଡିଛି । ସକାଳ ୯ଟା ୧୫ରେ ବଜାର ଖୋଲିବା ପରେ ସେନ୍‌ସେକ୍ସ ପ୍ରାୟ ୧,୧୨୯,୬୨ ପଏଣ୍ଟ ହ୍ରାସ ମାନେ ୧.୯୪ ପ୍ରତିଶତ ହ୍ରାସ ପାଇଥିଲା । ସେହିପରି ନିଫ୍ଟି ୨୯୯.୨୦ ପଏଣ୍ଟ ମାନେ ୧.୭୧ ହ୍ରାସ ସହ ୧୭,୧୭୬,୫୦ରେ କାରବାର ଆରମ୍ଭ ହୋଇଥିଲା ।

ତେବେ କାରବାର ଆରମ୍ଭରୁ ଇନ୍‌ଫୋସିସ୍‌, ଟେକ୍‌ ମହିନ୍ଦ୍ରା, ଟିସିଏସ୍‌, ଏଚଡିଏଫ୍‌ସି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏଚ୍‌ସିଏଲ୍‌ ପରି ସେୟାରରେ ଲାଲ୍‌ ମାର୍କରେ ଦେଖିବାକୁ ମିଳିଥିଲା । କିନ୍ତୁ ସେପଟେ ଏନ୍‌ଟିପିସି, ଟାଟା ଷ୍ଟିଲ୍‌, ଓଏନ୍‌ଜିସି, କୋଲ ଇଣ୍ଡିଆ, ବାଜାଜ ଅଟୋ, ମାରୁତି ଆଣ୍ଡ ପାଓ୍ୱାର ଗ୍ରୀଡ୍‌ ଗ୍ରୀନ୍‌ ମାର୍କରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com