ଓଡ଼ିଶାରାଜନୀତି

 ନବ ନିର୍ବାଚିତ ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି 

ବାଲିଅନ୍ତା /ଧଉଳି, ୧୩ /୧୦/୨୦୨୨ –   ଜୟଦେବ ନିର୍ବାଚନ ମଣ୍ଡଳୀର ୩୩ଟି ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟାଙ୍କୁ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଉତ୍ତରୀୟ ଓ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବୁଧବାର କୁଶୁପଦା ଡାକ ବଙ୍ଗଳାରେ ଶାରଦୀୟ ଦୁର୍ଗାପୂଜାର ବନ୍ଦୁମିଳନ ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଧାୟକ ଢାଲି ସଭାପତିତ୍ୱ କରି ନିର୍ବାଚନ ମଣ୍ଡଳୀର ପ୍ରତିଟି ଗାଁ ରେ ଥିବା ସମସ୍ୟାକୁ କିପରି ସମାଧାନ କରାଯାଇ ପାରିବ ଓ ରାଜ୍ୟ ସରକାରଙ୍କ ପ୍ରତିଟି ଜନ ହିତକର ଯୋଜନା ଯେଉଁଭଳି ଭାବେ ଗାଁ ଗାଁରେ ପହଞ୍ଚି ପାରିବ ତାହା ଜନପ୍ରତିନିଧି ମାନଙ୍କୁ ବୁଝାଇଥିଲେ ।

ନିର୍ବାଚନ ମଣ୍ଡଳୀରେ ଦୁଇଟି ବଡ଼ ବ୍ରିଜ ନିର୍ମାଣ କରିବା ପାଇଁ ସେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଥିଲେ । ଖୁବ ଶୀଘ୍ର ଭାଇଁଚୁଆ କାଜ ଉପରେ ବ୍ରିଜ ଓ ବାଲିପାଟଣା ରେ ଥିବା ଏକ ନିର୍ମାଣ କରାଯିବା ପାଇଁ ସେ ମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁଜନତା ଦଳର ସଂଗଠନକୁ ମଜବୁତ କରିବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ସଭା ଆୟୋଜନ କରାଯିବ । ୩୩ଟି ଗ୍ରାମ ପଞ୍ଚାୟତରେ ବାକିଥିବା କାମ ତ୍ୱରାନିତ କରାଯିବା ସହ ଗାଁ ଗୁଡିକରେ ନୂତନ କାମ କରାଯିବ ବୋଲି ବିଧାୟକ ଢାଲି ସୂଚନା ଦେଇଛନ୍ତି । ଏହି ସଭାରେ ଜୟଦେବ ନିର୍ବାଚନ ମଣ୍ଡଳୀ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ବନ୍ଦୁ ମିଳନ ସଭାରେ ବହୁ ପୁରୁଖା ନେତାଙ୍କ ସହ ନୂତନ ସଦସ୍ୟ ଯୋଗ ଦେଇଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com