ଓଡ଼ିଶା

କଟକରେ ଜମିଲା ରଜ, ମେଲୋଡି କାର୍ଯ୍ୟକ୍ରମରେ ଝୁମିଲେ ଯୁବପୀଢି

କଟକ: ରଜ ପାଇଁ ସବୁଠି ଉତ୍ସବର ମାହୋଲ । ଦୁଇ ବର୍ଷ ପରେ ସମସ୍ତେ ଏକାଠି ହୋଇ ରଜ ପାଳୁଛନ୍ତି । ରଜ ଉପଲକ୍ଷେ କଟକ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ରଜ ଦୋଳି ଖେଳିବା ସହ ଜମିଥିଲା ପିଠା, ମିଠା ଓ ପାନର ଆସର । ମେହେନ୍ଦି ଲଗାଇ ନାଚଗୀତରେ ମସଗୁଲ ହୋଇଥିଲେ ସମସ୍ତେ । ସାସ୍କୃତିକ କାର୍ଯ୍ୟକ୍ରମରେ ଓଡିଆ କଣ୍ଠଶିଳ୍ପୀଙ୍କ ଦ୍ବାରା ପରିବେଷିତ ୯୦ ଦଶକର ଗୀତରେ ସମସ୍ତେ ଝୁମିଥିଲେ ।

 ରଜ ପାଇଁ ଚାରିଆଡେ ଧୁମ୍ । ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ । ଲାଗିଛି ରଜ ଦୋଳି । ତା ସାଙ୍ଗକୁ ପୋଡ ପିଠା, ମଣ୍ଡା ପିଠା , ଛଣା ପିଠା ଏବଂ ଆହୁରି ଭଳିକି ଭଳି ପିଠା  ଓ ଖାଦ୍ୟ । ପାଖରେ ଭଙ୍ଗା ଚାଲିଛି ରଜ ପାନ । ଆଉ ଏପଟେ ଝିଅ ବୋହୂମାନେ ବସି ହାତରେ ମେହେନ୍ଦି ଲଗାଉଛନ୍ତି । ଫଟୋ ଉଠାଇବାକୁ ସେଲ୍‌ଫି ଜୋନ ମଧ୍ୟ କରାଯାଇଛି । ଏମିତି କିଛି ମାହୋଲ ଦେଖିବାକୁ ମିଳିଥିଲା କଟକ କ୍ଲବରେ । ରଜ ପାଇଁ କ୍ଲବ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ , ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମଜା ଉଠାଇଥିଲେ ।

ତେବେ ମାହୋଲକୁ ଆହୁରି ରଙ୍ଗାରଙ୍ଗ କରିଥିଲା ଓଡିଆ କଣ୍ଠଶିଳ୍ପୀଙ୍କ ଦ୍ବାରା ପରିବେଷିତ ଓଡିଆ ସିନେମାର କିଛି ଏଭରଗ୍ରୀନ୍ ଗୀତ । କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଶର୍ମିଷ୍ଠା ସରକାର, ସତ୍ୟଜିତଙ୍କ କଣ୍ଠରୁ ଶୁଣିବାକୁ ମିଳିଥିଲା ୯୦ ଦଶକର କିଛି ଓଡିଆ ଗୀତ ।  ମୁଁ ପରଦେଶୀ ଚଢେଇ, ଫୁର୍‌ କିନା ଉଡି ଗଲା ବଣି, ଯାରେ ଉଡି ଏ ମୋର ଗୁଡି, ଆଲୋ ହୁଣ୍ଡି ପଇସାରେ ପାନ କେତେ ଖଣ୍ଡି ଭଳି ଗୀତକୁ ଶୁଣି ସମସ୍ତେ ପୁରୁଣା ଦିନକୁ ମନେ ପକାଇଥିଲେ । ଏହାସହ ନାଚଗୀତରେ ମସଗୁଲ୍ ହୋଇଥିଲେ ସମସ୍ତେ ।

Related Articles

Back to top button
WP Twitter Auto Publish Powered By : XYZScripts.com