Featuredଅନ୍ତର୍ଜାତୀୟ

ଟ୍ୱିଟରରେ ଆସିବ ଏକ ନୂଆ ଫିଚର

ନୂଆଦିଲ୍ଲୀ: ମାଓକ୍ରୋ ବ୍ଲଗିଂ ସେବା ପ୍ରଦାନକାରୀ ସଂସ୍ଥା ଟ୍ୱିଟର  ସିଇଓ ଏଲନ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଖୁବଶୀଘ୍ର ଏକ ନୂଆ ଫିଚର ଦେଖିବାକୁ ମିଳିବ । ଏନେଇ କମ୍ପାନୀ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି । ତେବେ ଏହି ଖବର ଶୁଣିବା ପରେ ଟ୍ୱିଟର ୟୁଜର୍ସ ଉତ୍ସୁକତା ବଢ଼ିଯାଇଛି ।

ତେବେ ଟ୍ୱିଟରର ନୂଆ ଫିଚର ଆସିବା ନେଇ କେତେ ସମୟ ଲାଗିବ ସେନେଇ ମସ୍କ ସୂଚନା ଦେଇଛନ୍ତି । ବୁକମାର୍କ ବଟନ ଟ୍ୱିଟ ଡିଟେଲ୍ସ ପେଜ ଉପରେ ଆସିବ । ଇମେଜ ଲେନ୍ଥ କ୍ରପ ଓ ଅନ୍ୟ ମାମୁଲି ବଗ ଫିକ୍ସ ଆସନ୍ତା ସପ୍ତାହରେ ଆସିବ । ସମସ୍ତ ପରିବର୍ତ୍ତନ ଆସନ୍ତା ସପ୍ତାହରୁ ୟୁଜର୍ସଙ୍କ ପାଇଁ ଅପଡେଟ୍ ହୋଇଯିବ । ବୁକମାର୍କକୁ ସର୍ଚ୍ଚ କରିବା ଯୋଗ୍ୟ ବନାଯିବ । ଏହାଫଳରେ ତାହାକୁ ସହଜରେ ଖୋଜିହେବ ବୋଲି ମସ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com