Featuredଜାତୀୟ

ମଧ୍ୟାହ୍ନ ଭୋଜନ ଖାଇବାକୁ ମନା କରିବାରୁ ଛାତ୍ରୀଙ୍କ ହାତ ଭାଙ୍ଗିଦେଲେ ପ୍ରିନ୍ସପାଲ

ସ୍କୁଲ ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସିଥାଏ ।  ଅନୁରୂପ ଭାବେ ନିକଟରେ ଏକ ସ୍କୁଲରେ ଦେଖିବାକୁ ମିଳିଛି ଏକ ଘଟଣା । ସ୍କୁଲର ପ୍ରିନ୍ସିପାଲ ନିଜେ ପିଲାମାନଙ୍କୁ ପୋକ ଥିବା ମଧ୍ୟାହ୍ନ ଭୋଜନ ଖାଇବାକୁ କହିଥିଲେ । ଏହାକୁ ବିରୋଧ କରିବାରୁ ଶିକ୍ଷକ ମାଡ଼ ମାରି ଜଣେ ଛାତ୍ରୀଙ୍କ ହାତ ଭାଙ୍ଗି ଦେଇଛନ୍ତି । ବିହାରର ବୈଶାଲି ଜିଲ୍ଳାର ଲାଲଗଞ୍ଜ ଅତତୁଲ୍ଲାହପୁର ସ୍ଥିତ ଏକ ମିଡିଲ ସ୍କୁଲରେ ଏପରି ଏକ ଘଟଣା ଘଟିଛି । ସ୍କୁଲରେ ପିଲାଙ୍କୁ ମିଡ ଡେ’ ମିଲ ଦିଆଯାଉଥିବା ବେଳେ ସେଥିରୁ ଏକ ପୋକ ବାହାରିଥିଲା । ତେବେ ଏନେଇ ପିଲାମାନେ ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ପ୍ରିନ୍ସିପାଲ  କହିଥିଲେ, ‘ପୋକରେ ଭିଟାମିନ୍ ଥାଏ…. ଚୁପଚାପ୍ ଖାଇଦିଅ’ । ତେବେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ମନା କରିବାରୁ ପ୍ରିନ୍ସପାଲ ରାଗି ଯାଇଥିଲେ । ସେ ପିଲାଙ୍କୁ ପିଟିଥିଲେ ଓ ଏହାଦ୍ୱାରା ଜଣେ ଛାତ୍ରୀଙ୍କର ହାତ ଭାଙ୍ଗିଯାଇଥିଲା । ଏହି ଘଟଣାକୁ ନେଇ ପୀଡ଼ିତା ଛାତ୍ରୀଙ୍କ ଅଭିଭାବକ ସ୍କୁଲରେ ହଙ୍ଗାମା ସୃଷ୍ଟି କରିଥିଲେ । ପରେ ଏହି ଘଟଣା ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ପଞ୍ଚିଥିଲା । ବିଭାଗ ପକ୍ଷରୁ ବର୍ତ୍ତମାନ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com