Breaking NewsFeaturedଓଡ଼ିଶା

କ୍ଷେତରେ ସୁନା ଫୁଟାଉଛନ୍ତି ରାୟଗଡାର ମହିଳା ଚାଷୀ ।

ଚାଷୀଙ୍କ କ୍ଷେତରେ ଫୁଟୁଛି ସୁନା । ଚକିତ ହେଲେ କି । ଆଜ୍ଞା ହଁ, କ୍ଷେତରେ ସୁନା ଫୁଟାଉଛନ୍ତି ରାୟଗଡା ଚାଷୀ । ଏହାର ସୌନ୍ଦର୍ଯ୍ୟରେ ସମସ୍ତେ ହେଉଛନ୍ତି ବିମୋହିତ । ଏହା ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ । ସେ କୌଣସି ସଭାସମିତି କାର୍ଯ୍ୟକ୍ରମ ହେଉ କିମ୍ବା କୌଣସି ପର୍ବପର୍ବାଣୀ ସବୁ ପାଇଁ ଲୋଡାପଡେ ଏହି ସୁନା । ଉତ୍ସବରେ ସାଜସଜ୍ଜା ପାଇଁ ନିହାତି ଲୋଡା ପଡୁଥିବା ଏହି ସୁନାକୁ ପବିତ୍ରତାର ପ୍ରତୀକ ବୋଲି ବିବେଚନା କରାଯାଏ । ପରମ୍ପରା ଅନୁଯାୟୀ ଓଡିଶାରେ ରହିଛି ଏହାର ଅଧିକ ଚାହିଦା । ଏଥିପାଇଁ ପଡୋଶୀ ପଶ୍ଚିମବଙ୍ଗରୁ ଏହାକୁ ଆମଦାନୀ କରାଯାଏ । ହେଲେ ଏବେ ସ୍ଥିତି ବଦଳିଯାଇଛି ।

ରାୟଗଡାରେ ଥିବା କୃଷି ଉତ୍ପାଦନ କ୍ଲଷ୍ଟର ବା ଏପିସି ପ୍ରକଳ୍ପ ଚାଷର ଦୃଶ୍ୟକୁ ବଦଳାଇ ଦେଇଛି । ତେବେ ଏହି ସୁନାଫୁଲ ର ନାଁ ହେଉଛି ଗେଣ୍ଡୁ । ତେବେ ସ୍ଥାନ ଅନୁସାରେ ଏହି ସୁନାଫୁଲର ରହିଛି ଅନେକ ନାମ । ଦକ୍ଷିଣ ଓଡିଶାରେ ସାଧାରଣତଃ ଏହାକୁ ମକମଲି ବା ମଖମଲି ବୋଲି କୁହାଯାଏ । ସେହିପରି ମଣ୍ଡାଫୁଲ, କୁଂଚିମଣ୍ଡା ଆଦି ନାମରେ ବି ଜଣାଶୁଣା । ୨୦୧୯-୨୦ମସିହାରେ ଓଡିଶା ଜୀବିକା ମିଶନ ବା ଓଏଲଏମ, ମିଶନ ଶକ୍ତି, ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ ଏବଂ ଏପିସିର ସହେଯାଗରେ ରାୟଗଡାରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ । ଯାହାର ଉଦେ୍ଦଶ୍ୟ ଥିଲା ସେହି ଅଂଚଳର ଚାଷୀଙ୍କ ପାଇଁ ବିକଳ୍ପ ଜୀବିକା ଯୋଗାଇବା । ତେବେ ଏହି ପ୍ରକଳ୍ପ ଆରମ୍ଭ କରିବା ପାଇଁ ଓଡିଶା ଜୀବିକା ମିଶନ, କୋଲନରା ଏବଂ ବିଷମକଟକ ବ୍ଲକର ମହିଳା ଚାଷୀଙ୍କୁ ଅନୁଦାନ ଆକାରରେ ଚାରା ଓ ଆବଶ୍ୟକ ଇନପୁଟ ଯୋଗାଇ ଦେଇଥିଲା ।

ଏହାସହ ନୂତନ ଜ୍ଞାନକୌଶଳ ବ୍ୟବହାର ପାଇଁ ମଧ୍ୟ ଶିକ୍ଷା ପ୍ରଦାନ କରାଯାଇଥିଲା । ଯାହାର ସହେଯାଗରେ ୩ଟି ଗାଁର ୩୦ଜଣ କୃଷକ ନଅ ଏକର ଜମିରେ ଗେଣ୍ଡୁଫୁଲ ଚାଷ କଲେ । ଯେଉଁଥିରୁ ହାସଲ ହୋଇଛି ଉଲ୍ଲେଖନୀୟ ସପଳତା । ପ୍ରଥମ ବର୍ଷରେ ଗେଣ୍ଡୁଫୁଳ ଚାଷରୁ ମିଳିଲା ଅନେକ ଲାଭ । ପ୍ରତ୍ୟକ ଏକରରୁ ୬୦ରୁ ୭୦ହଜାର ଟଙ୍କା ରୋଜଗାର କଲେ କୃଷକ । ଆଉ ଏହି ସପଳତାର କାହାଣୀ ବ୍ଲକର ଅନ୍ୟ ଚାଷୀଙ୍କୁ ମଧ୍ୟ ପ୍ରେରିତ କରିଥିଲା । ଫଳରେ ଏହି ଅଂଚଳରେ ଦେଣ୍ଡୁଫୁଲ ଚାଷର ଚାହିଦା ବଢିବାକୁ ଲାଗିଲା । ତେବେ ୨୦୨୩-୨୪ ସୁଦ୍ଧା ପ୍ରାୟ ୪୫୧ମହିଳା କୃଷକ ୧୨୦ଏକରରୁ ଅଧିକ ଚାଷଜମିରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିବା ଜଣାପଡିଛି । ଗତ ୪ବର୍ଷ ଧରି ଓଡିଶା ଜୀବିକା ମିଶନ କୃଷକମାନଙ୍କୁ ଚାରା ଯୋଗାଇ ସହାୟତା କରିଆସୁଛି । ଯାହାଦ୍ୱାରା ସୁନାର ଫସଲ ତଥା ଗେଣ୍ଡୁଫୁଲ ଫୁଟାଇ ଲାଭବାନ ହେବାକୁ ଲାଗିଛନ୍ତି ଚାଷୀ । ଯାହାକି ସମଗ୍ର ଓଡିଶାର ଚାଷୀଙ୍କ ପାଇଁ ଏବେ ପ୍ରରଣା ସାଜିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com