ଓଡ଼ିଶା

କୂଅ ଉଝାଳିବାକୁ ଭିତରେ ପଶିଥିଲେ, ଅକ୍ସିଜେନ ଅଭାବରୁ ଚାଲିଗଲା ଜୀବନ

ଚଣ୍ଡୀଖାଲ: କୂଅରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁର ପଂଚାୟତର ଅହମଦ ନଗରରେ ଅଜିମୁଦିନ ଖାଁଙ୍କ ଘରକୁ ଦୁଇ ଜଣ ବ୍ୟକ୍ତି କୂଅ ଉଝାଳିବାକୁ ଯାଇଥିଲେ ।

ଜଣେ ଉପରେ ରହିଥିବା ବେଳେ ଅନ୍ୟ ଜଣେ କୂଅ ଉଝେଇବା ପାଇଁ ଭିତରକୁ ପଶିଥିଲେ । ୩୦ ଫୁଟରୁ ଅଧିକ ଗଭୀର ହୋଇଥିବା କୂଅ ଭିତରେ ଅକ୍ସିଜେନ ଅଭାବରୁ ସେ ଅଣ ନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କୃଷ୍ଣ ପାତ୍ର ଧାଉଡିଆପଦା ଅଂଚଳର ।

ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ମୃତଦେହକୁ କୂଅରୁ ଉଦ୍ଧାର କରିଥିଲେ । ମୃତଦେହକୁ ବଡ଼ଚଣା ମେଡିକାଲକୁ ମୃତଦେହ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com