ଓଡ଼ିଶା

ନେତାଜୀଙ୍କ ଶେଷ ଅବଶେଷକୁ ଭାରତକୁ ଅଣାଯାଉ ; ଅନୀତା ଦାସ

ନୂଆଦିଲ୍ଲୀ, ୧୫/୦୮/୨୦୨୨-   ନେତାଜୀଙ୍କ ଶେଷ ଅବଶେଷକୁ ଭାରତକୁ ଅଣାଯାଉ । ତା ସହିତ ଏହି ଅବଶେଷର ଡିଏନଏ ଯାଞ୍ଚ କରି ନେତାଜୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସନ୍ଦେହ ଦୂର କରିବାକୁ ଦାବି କରିଛନ୍ତି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ଦାସ ।

କୁହାଯାଉଛି କି ନେତାଜୀଙ୍କ ଶେଷ ଅବଶେଷ ଟୋକିଓର ଏକ ମନ୍ଦିରରେ ରହିଛି । ସେପଟେ ଟୋକିଓର ଉକ୍ତ ମନ୍ଦିର ଓ ଜାପାନ ସରକାର ଏନେଇ ଅନୁମତି ଦେଇସାରିଛନ୍ତି । ତେଣୁ ଖୁବଶୀଘ୍ର ନେତାଜୀଙ୍କ ଶେଷ ଅବଶେଷକୁ ଭାରତ ଫେରାଇ ଅଣାଯାଉ ବୋଲି ସେ ଦାବି କରିଛନ୍ତି । ନେତାଜୀଙ୍କ ପାଇଁ ସ୍ୱାଧୀନତା ଛଡା ଆଉ କିଛି ବି ମହତ୍ତ୍ୱପୂର୍ଣ୍ଣ ନଥିଲା । ବିଦେଶୀ ଶାସନ କବଳରୁ ମୁକ୍ତ ହେବା ପାଇଁ ସେ ନିଜର ସମସ୍ତ ଶକ୍ତି ଖଟାଇ ଦେଇଥିଲେ କିନ୍ତୁ ସ୍ୱାଧୀନତା ସେ ଦେଖିପାରିନଥିଲେ । ତେଣୁ ନେତାଜୀଙ୍କ ଅବଶେଷକୁ ଭାରତ ଆଣିବାର ସମୟ ଆସିଯାଇଛି ବୋଲି ଅନୀତା କହିଛନ୍ତି ।

ନେତାଜୀଙ୍କ ମୃତ୍ୟୁକୁ ନେଇ ଏବେ ବି ସଂଶୟ ଲାଗି ରହିଛି । କୁହାଯାଏ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ଦେହାନ୍ତ ହୋଇଥିଲା । ଏହାର ତଦନ୍ତ ପାଇଁ ଗଠନ କରାଯାଇଥିବା ତିନୋଟି ଆୟୋଗ ମଧ୍ୟରୁ ଦୁଇଟି ଯାଞ୍ଚ ଆୟୋଗ ମଧ୍ୟ ଏହି କଥାକୁ ଗ୍ରହଣ କରିଥିଲେ । ହେଲେ ତୃତୀୟ ଯାଞ୍ଚ ଆୟୋଗ ଏହି କଥାକୁ ଗ୍ରହଣ ନକରିବା ସହିତ ଏହି ବିମାନ ଦୁର୍ଘଟଣା ପରେ ମଧ୍ୟ ନେତାଜୀ ଜୀବିତ ଥିଲେ ବୋଲି କହିଥିଲା । ଯାହା ଏବେ ବି ଏକ ରହସ୍ୟ ହୋଇ ରହିଛି । ଯେଉଁମାନେ ନେତାଜୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି, ତାଙ୍କ ସନ୍ଦେହ ଦୂର କରିବାକୁ ପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com