ଓଡ଼ିଶା

ଓଡ଼ିଆ ଝିଅ ଶ୍ରେୟା ହେବେ ଦେଶର ପ୍ରଥମ K-Popstar : ଇତିହାସରୁ ମାତ୍ର ଗୋଟିଏ ପାଦ ଦୂରରେ

ଭୁବନେଶ୍ୱର() ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ପରିଚୟ ଦେଇଛନ୍ତି ରାଉରକେଲାର ଝିଅ ଶ୍ରେୟା ଲେଙ୍କା । ୧୮ ବର୍ଷୀୟ ଶ୍ରେୟା ଦେଶର ପ୍ରଥମ କେ ପପ୍ ଷ୍ଟାର ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି । ଏହି ଶୋ ପାଇଁ ଅନୁଷ୍ଠିତ ଗ୍ଲୋବାଲ ଅଡିସନରେ ଶ୍ରେୟା ଫାଇନାଲରେ ପହଞ୍ଚିଛନ୍ତି । ଫାଇନାଲରେ ବ୍ରାଜିଲର ଗାବ୍ରିଏଲା ଡାଲସିନଙ୍କୁ ପରାସ୍ତ କଲେ ସାଉଥ୍ କୋରିଆର ଗାର୍ଲ ବ୍ୟାଣ୍ଡ ଗ୍ରୁପ୍ ବ୍ଲାକ୍ ସ୍ୱାନରେ ଯୋଗ ଦେବେ ଶ୍ରେୟା । ମେ ୨୦୨୧ରେ ବ୍ଲାକ ସ୍ୱାନ ଗ୍ରୁପ ପକ୍ଷରୁ ବ୍ୟାଣ୍ଡର ପଞ୍ଚମ ସଦସ୍ୟ ଚୟନ ପାଇଁ ଅଡିସନ କରାଯାଇଥିଲା । ହେମି ଏହି ଗ୍ରୁପ ଛାଡିବା ପରେ ଏହି ଅଡିସନ ହୋଇଥିଲା । ଅଡିସନରେ ସମସ୍ତଙ୍କୁ ପଛରେ ପକାଇ ଫାଇନାଲରେ ପହଞ୍ଚିଛନ୍ତି ଶ୍ରେୟା ।

ଶ୍ରେୟା ରାଉରକେଲାରେ ୨୦୦୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟରେ ପ୍ରଶିକ୍ଷିତା ଶ୍ରେୟା ଏକ ମାତ୍ର ଭାରତୀୟ ଭାବରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ହିନ୍ଦୁସ୍ତାନୀ କ୍ଲାସିକ୍ ପାଇଁ ଜଣେ ପ୍ରଶିକ୍ଷକଙ୍କ ନିକଟରୁ ପ୍ରଶିକ୍ଷଣ ନେଇଥିବା ବେଳେ ପପ୍ ସଂଗୀତ ପାଇଁ ଅନଲାଇନ ଓ ୟୁଟ୍ୟୁବ୍ ତାଙ୍କୁ ସହାୟତା କରିଥିଲା ବୋଲି ଶ୍ରେୟା କହିଛନ୍ତି । ବ୍ଲାକ ସ୍ୱାନ୍ ଏକ ଅଲ ଗାର୍ଲ ବ୍ୟାଣ୍ଡ ଯାହା ୨୦୨୦ରେ ପ୍ରତିଷ୍ଠା କରାଯାଇଥିଲା । ହେମିଙ୍କ ପ୍ରସ୍ଥାନ ପରେ ବର୍ତ୍ତମାନ ୟୋଙ୍ଗେହ୍ୟୁନ, ଫାଟୋଉ, ଜୁଡି ଏବଂ ଲିଆ ଏହି ଗ୍ରୁପର ସଦସ୍ୟ ରହିଛନ୍ତି ।

 

View this post on Instagram

 

A post shared by DRmusic (@drenter_official)

Related Articles

Back to top button
WP Twitter Auto Publish Powered By : XYZScripts.com