ଜାତୀୟରାଜନୀତି

ପୁଣିଥରେ ଜୟନ୍ତ ଚୌଧୁରୀଙ୍କୁ ଅଖିଲେଶଙ୍କ ବିରୋଧରେ ଉସକାଇଲେ ଅମିତ ଶାହ

ଲକ୍ଷ୍ନୌ() ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଜୟନ୍ତ ଚୌଧୁରୀଙ୍କୁ ପୁଣିଥରେ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି ବିଜେପିର ଚାଣକ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ପୂର୍ବରୁ ସେ ଜୟନ୍ତ ଚୌଧୁରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ। ହେଲେ ଏହାକୁ ଶ୍ରୀ ଚୌଧୁରୀ ଖୋଲାଖୋଲି ଭାବେ ମନା କରିଦେଇଥିଲେ।

 

ଏହାପରେ ଜୟନ୍ତ ଚୌଧୁରୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସହ ହାତ ମିଳାଇଛନ୍ତି। ହେଲେ ଅମିତ ଶାହ ଆଜି ପୁଣିଥରେ ତାଙ୍କୁ ଅଖିଲେଶ ଯାଦବଙ୍କ ବିରୋଧରେ ଉସକାଇ ବିଜେପି ଆଡ଼କୁ ଆଣିବାକୁ ପ୍ରୟାସ କରିଛନ୍ତି।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି, “ଜୟନ୍ତବାବୁ(ଜୟନ୍ତ ଚୌଧୁରୀ) ଜାଣି ନାହାନ୍ତି ଯେ ଯଦି ସମାଜବାଦୀ ସରକାର ଗଠନ ହେବ, ତା’ହେଲେ ତାଙ୍କ ସ୍ୱରକୁ ଚାପି ଦିଆଯିବ। ଯେଉଁ ବ୍ୟକ୍ତି ନିଜ ବାପା ଓ ପରିବାର ବର୍ଗଙ୍କ କଥା ଶୁଣୁ ନାହାନ୍ତି, ସେ କେବେ ହେଲେ ଆପଣଙ୍କ କଥା ଶୁଣିବେ ନାହିଁ।

ସପା ସରକାର ଗଠନ କରିବା ପରେ ଆଜମ ଖାନ ଜେଲରୁ ବାହାରିବେ। ସେ ଅଖିଲେଶ ଯାଦବଙ୍କ ପାଖରେ ବସିବେ। ସେତେବେଳେ ଆପଣ କୁଆଡ଼େ ଯିବେ?” ଶ୍ରୀ ଶାହ ଏପରି ଭାଷଣ ଦେଇ ୟୁପିରେ ମେଣ୍ଟ କରିଥିବା ସପା ଓ ଆରଏଲଡି ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି।

ଜାନୁଆରୀ ୨୬ରେ ଅମିତ ଶାହ ଜାଠ ନେତାମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବା ବେଳେ ଜୟନ୍ତ ଚୌଧୁରୀଙ୍କ ପାଇଁ ବିଜେପି ଦ୍ୱାର ଖୋଲା ଥିବା କହିଥିଲେ। ଏଥିସହ ଶ୍ରୀ ଚୌଧୁରୀ ଭୁଲ ପାର୍ଟି ସହ ହାତ ମିଳାଇଥିବା ମଧ୍ୟ ଶାହ କହିଥିଲେ। ଏହାର ଦୁଇ ଦିନ ପରେ ଜୟନ୍ତ ଚୌଧୁରୀ ଶାହଙ୍କ ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଥିଲେ।

ବିଜେପି ସଂପ୍ରଦାୟିକ ରାଜନୀତି କରୁଛି ଓ ସେ କେବେ ହେଲେ ଗେରୁଆ ଦଳରେ ସାମିଲ ହେବେନି ବୋଲି କହିଥିଲା। ଏହାପରେ ସେ ଅଖିଲେଶ ଯାଦବଙ୍କ ସହ ହାତ ମିଳାଇ ୟୁପିରେ ପ୍ରଚାର କରୁଛନ୍ତି।

ଜୟନ୍ତ ଚୌଧୁରୀ ଖୋଲାଖୋଲି ଭାବେ ବିଜେପିର ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଥିଲେ ମଧ୍ୟ ଶ୍ରୀ ଶାହ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଏଥିପାଇଁ ସେ ଆଜି ପୁଣିଥରେ ଜୟନ୍ତ ଚୌଧୁରୀଙ୍କୁ ଅଖିଲେଶଙ୍କ ବିରୋଧରେ ଉସକାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com