ଓଡ଼ିଶା

ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଡ଼ଭାଗ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି

ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଡ଼ଭାଗ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ବସ୍ ଓ ପିକ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ମୃତଦେହ। ଘଟଣାସ୍ଥଳରେ ଆସିକା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପିକଅପ୍ ଭ୍ୟାନ କାଟି ମୃତଦେହ ଉଦ୍ଧାର କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com