ଓଡ଼ିଶା

କଟକରୁ ପୁଣି ନକଲି ମସଲା କମ୍ପାନୀ ଠାବ

କଟକ() ବହୁଦିନ ବ୍ୟବଧାନ ପରେ କଟକରୁ ପୁଣି ଠାବ ହୋଇଛି ନକଲି ମସଲା କାରଖାନା । ବ୍ରାଣ୍ଡ କମ୍ପାନୀ ନାଁ କହି ଲୋକଙ୍କୁ ଦିଆଯାଉଥିଲା ନକଲି ବା ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ । ଜଗତପୁର ଆଇବି ରୋଡ଼ରୁ ଆରମ୍ଭ ହୋଇଥିବା ନକଲି ଠିକଣା ଆଜି 42 ମଉଜା ଝିଙ୍କିରିଆ ଠାରେ ପହଞ୍ଚିଛି । ଏକ କାରଖାନାରୁ କୁଇଣ୍ଟାଲ କୁଇଣ୍ଟାଲ ନକଲି ହଳଦୀ ଓ ଲଙ୍କା ଗୁଣ୍ଡକୁ ଜବତ କରିଛି କମିଶନରେଟ ପୋଲିସ ।

ତେବେ ଏହି ମାମଲାରେ ଜଣେ ଅଟକ ଥିବାବେଳେ ନକଲି ସମଗ୍ରୀର ସାମ୍ପୁଲ ସଂଗ୍ରହ କରିଛନ୍ତି ଗ୍ରାମଞ୍ଚଳ ଖାଦ୍ୟ ସୁରକ୍ଷା ଅଧକାରୀ ।ସିଲଭର ସିଟିରୁ ବାରବାର ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଭଳି ନକଲି ମସଲା ଜବତ ହେବା ମୁଣ୍ଡବ୍ୟଥାର କାରଣ ପାଲଟିଛି । ହଳଦୀ ଓ ଲଙ୍କା ଗୁଣ୍ଡରେ ମିଶୁଛି ଚାଉଳ ଗୁଣ୍ଡ । ଏପରିକି ଲୋକଙ୍କୁ ବ୍ରାଣ୍ଡ ନାଁରେ ଦିଆଯାଉଥିଲା ରୋଗ ।

ତେବେ ଏହା ଉପରେ କମିଶନରେଟ ପୋଲିସର ରାଡ଼ାର ପଡିବା ପରେ 2003 ମସିହାରୁ ଚାଲିଥିବା ଏହି ନକଲି ସାମ୍ରାଜ୍ୟ ଉପରେ ପଡିଛି ପୁର୍ଣ୍ଣଛେଦ। ନାଁ ଅଛି ଖାଦ୍ୟ ସୁରକ୍ଷା ଲାଇସେନ୍ସ ନା ଅଛି ଅନ୍ୟ କୌଣସି ଦସ୍ତାବିଜ । କେବଳ ଉପରକୁ ବ୍ରାଣ୍ଡ କହି ଭିତରେ ଲୋକଙ୍କୁ ସିଧାସଳଖ ନକଲି ମାଲ ଯୋଗାଇ ଚାଲିଥିଲା ଏହି କାରଖାନା ।

ଅନ୍ୟପଟେ ଏହି କାରଖାନା 19 ବର୍ଷ ଧରି ଏହି ଅଞ୍ଚଳରେ ଜାରି ରଖିଛି ତାର ନକଲି ସାମ୍ରାଜ୍ୟ । ସ୍ଥାନୀୟ ଅଞ୍ଚଳ ବା କଟକ ବାହାରକୁ ମଧ୍ୟ ପଠାଯାଉଥିଲା ଏହି ଅପମିଶ୍ରିତ ମସଲା । ବ୍ରାଣ୍ଡ ନାଁରେ ନକଲି ସମଗ୍ରୀ ଦେଇ ଲୋକଙ୍କୁ ଦୀର୍ଘ ବର୍ଷ ଧରି ଠକି ଆସିବା ପରେ ଆଜି ନିଜ ଉପରେ ପଡିଛି ପୋଲିସର ହ୍ୟାଣ୍ଡକପ । ଏହି ଘଟଣାରେ ଜଣେ ଅଟକ ରହିଥିଲା ବେଳେ ଆହୁରି ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com