ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତିଶିକ୍ଷା

୨ କୃତି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିନା

ରାଜଗଡ଼, ମହାକାଳପଡ଼ା, ୦୬/୧୨/୨୦୨୨-  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଧନିଆପଡ଼ାସ୍ଥିତ ବଜ୍ରମହାକାଳୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଆୟୋଜିତ ହୋଇଯାଇଛି ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା । ଗଣିତ, ବିଜ୍ଞାନ ଏବଂ ପରିବେଶ ଉପରେ ଆଧାରିତ ଏହି ବିଜ୍ଞାନ ମେଳାର କନିଷ୍ଠ ବର୍ଗରେ ରାଜଗଡ଼ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି । ବିଦ୍ୟାଳୟ ପାଇଁ ଏହି ସଫଳତା ଆଣିଛନ୍ତି ପଞ୍ଚମ ଶ୍ରେଣୀର ଛାତ୍ର ପରମାନନ୍ଦ ସାହୁ ଏବଂ ଛାତ୍ରୀ ଶୁଭ ଦର୍ଶିନୀ ସ୍ୱାଇଁ ।

ଶକ୍ତି ଉପରେ ଆଧାରିତ ଏକ ପ୍ରକଳ୍ପକୁ ଏହି ମେଳାରେ ପ୍ରଦର୍ଶିତ କରିବା ସହିତ ଉକ୍ତ ପ୍ରକଳ୍ପର ବ୍ୟବହାର ଓ ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଯାହା ବିଚାରକ ମଣ୍ଡଳୀଙ୍କୁ ଖୁବ୍ ପସନ୍ଦ ଆସିଥିଲା ଏବଂ ଉକ୍ତ ୨ ଛାତ୍ର ଛାତ୍ରୀଙ୍କ ପ୍ରକଳ୍ପକୁ ପ୍ରଥମ ଘୋଷଣା କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ । ଏହି ସଫଳତା ପାଇଁ ମଙ୍ଗଳବାର ୨ କୃତି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ  କରାଯାଇଛି । ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଦାସ, ଶିକ୍ଷୟିତ୍ରୀ ସିପ୍ରା ଜେନା, ଅନୁପମା ରାଉତ, ଉର୍ମିଳା ପରିଡ଼ା, ମଧୁସ୍ମିତା ମଲ୍ଲିକ, ଶର୍ମିଷ୍ଠା ପାଳ ଏବଂ ଏଲ. ଶୁଭସ୍ମିତା ଲେଙ୍କା ଉକ୍ତ ୨  ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com