ଓଡ଼ିଶା

ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା : ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ ହୋଇଛି । ଟିମ୍‌ରେ କଲେଜର ୭ ଜଣ ସଦସ୍ୟ ଅଛନ୍ତି । ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି । ସେପଟେ ସୋମବାର ହେବାକୁ ଥିବା ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ରହିଥିଲା । ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।

ସେପଟେ, ବିଜେବି କଲେଜ ମୁଖ୍ୟ ଗେଟ୍ ସାମ୍ନାରେ ରୁଚିକାଙ୍କ ମା’ ଧାରଣା ଦେଇଛନ୍ତି । ସୁଇସାଇଡାଲ୍ ନୋଟ୍‌ରେ ଲେଖା ଥିବା ୩ ସିନିୟର ଛାତ୍ରୀଙ୍କୁ ଗିରଫ କରିବା ସହ କଲେଜରୁ ବହିସ୍କାର କରିବାକୁ ମୃତ ଛାତ୍ରୀଙ୍କ ମା’ ଦାବି କରିଛନ୍ତି । ସେହିପରି ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ରୁଚିକାଙ୍କ ମା’ ଦାବି କରିଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ନୀରବତାକୁ କଡ଼ା ନିନ୍ଦା କରିଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ରୁଚିକାଙ୍କ ମା’ କହିଛନ୍ତି । ତାଙ୍କ ସହ ଆଉ କିଛି ସାମାଜିକ ସଂଗଠନ ମଧ୍ୟ ସମାନ ଦାବି ନେଇ ଧାରଣାରେ ବସିଛନ୍ତି ।

ଧାରଣାସ୍ଥଳରେ ଅତିରିକ୍ତ ଡିସିପି ପ୍ରକାଶ ପାଲ୍‌ ପହଞ୍ଚିଛନ୍ତି । ଧାରଣାରେ ବସିଥିବା ଛାତ୍ର ସଙ୍ଗଠନ ଏବଂ ରୁଚିକାଙ୍କ ମା’ଙ୍କ ସହ ଆଲୋଚନା କରିଛନ୍ତି ଅତିରିକ୍ତ ଡିସିପି । ଝିଅ ଆତ୍ମହତ୍ୟା ପାଇଁ ଯେଉଁମାନେ ଦାୟୀ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ରୁଚିକାଙ୍କ ମା’ ।

Related Articles

Back to top button
WP Twitter Auto Publish Powered By : XYZScripts.com