ଓଡ଼ିଶା

ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର କ୍ଷମତା

ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କା ଉପୁଜିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସି‌ନ୍ଦେଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର କ୍ଷମତା ପ୍ରଦାନ କରାଯାଇଛି।  ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟାର ପରିଚାଳନା ଲାଗି ଏହି ବଡ଼ ପଦକ୍ଷେପ ନିଆଯାଇଛି। ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟରର ବ୍ୟବହାର ଲାଗି ବି ନିର୍ଦ୍ଦେଶ ରହିଛି।

ସୁବର୍ଣ୍ଣରେଖାରେ ବଡଧରଣର ବନ୍ୟା ଆସିଥିବାରୁ ବନ୍ୟାଞ୍ଚଳରେ ରିଲିଫ୍, ଉଦ୍ଧାର ଏବଂ ସହାୟତା କାର୍ଯ୍ୟ ପାଇଁ ଜିଲ୍ଲାପାଳ ତତକ୍ଷଣାତ୍ ନିଜେ ନିଷ୍ପତ୍ତି ନେଇପାରିବେ। ଏମିତିକି ଜରୁରୀ ସମୟରେ ହେଲିକପ୍ଟର ବି ନିୟୋଜିତ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କୁ ଏହି ସ୍ଵତନ୍ତ୍ର କ୍ଷମତା ମିଳିଛି। ଆଜି ସକାଳୁ ସୁବର୍ଣ୍ଣରେଖା ଅବବାହିକା ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସବିଶେଷ ସୂଚନା ମୁତାବକ ସୁବର୍ଣ୍ଣରେଖା ବିପଦ ସଂକେତ ଟପିବାକୁ ଆଉ କିଛି ଘଣ୍ଟା ବାକି ଅଛି। ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଏବେ ୧୦ ମିଟର ପହଞ୍ଚିଗଲାଣି।

Related Articles

Back to top button
WP Twitter Auto Publish Powered By : XYZScripts.com