ଓଡ଼ିଶା

ଅଜଣା ରୋଗରେ କୋଲାଗୋଣ୍ଡା ସ୍କୁଲରେ ଦୁଇ ଛାତ୍ର ମୃତ, ୬ ଗୁରୁତର

ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୋଲାଗୋଣ୍ଡା ଗ୍ରାମ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଗତ ଦୁଇଦିନ ମଧ୍ୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଗତ ତିନିଦିନ ଧରି ଏହି ବିଦ୍ୟାଳୟର ଦୁଇଜଣ ଛାତ୍ରଙ୍କ ଗୋଡ଼ ଫୁଲିଯିବାରୁ ସେମାନଙ୍କୁ ପ୍ରଥମେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ପ୍ରଧାନ ଶିକ୍ଷକ ଜଣେ ଛାତ୍ରକୁ ତାଙ୍କ ନିଜ ଘର ମାଲାକନଗିରି ନିକଟସ୍ଥ ତମସା ଗ୍ରାମକୁ ଫେରାଇ ଦେଇଥିଲେ। ଏହାପରେ ଛାତ୍ରଜଣକ ମୃତ୍ୟୁବରଣ କରିଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେହିଭଳି ଗତକାଲି ସନ୍ଧ୍ୟାରେ ଅନ୍ୟ ଜଣେ ଛାତ୍ର ଗୁରୁତର ହେବାପରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ମଧ୍ୟ ଅତ୍ୟଧିକ ଗୁରୁତର ହୋଇ ଶେଷରେ ପ୍ରାଣ ହରାଇ ଥିଲେ। ଅନ୍ୟପଟେ ଏହି ସ୍କୁଲର ଆଉ ୬ ଜଣ ପିଲାଙ୍କ ଗୋଡ଼ହାତ ଫୁଲିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ପଡିଆରେ ଚିକିତ୍ସା କରାଯାଉଥିବା ବେଳେ ଆଉ ତିନିଜଣ ଛାତ୍ରଛାତୀ ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି। ଅନ୍ୟପଟେ ଏହି ଘଟଣା ବାବଦରେ ଜଣାପଡ଼ିବା ପରେ ମାଲାକାନଗିରି ଏଡିଏମ୍, ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଏହି ସ୍କୁଲକୁ ଗ୍ରସ୍ତ କରି ସ୍ଥିତି ପରଖିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com