ଓଡ଼ିଶା

ପୂର୍ବ ଶତ୍ରୁତାକୁ ନେଇ ତୁମୁଳକାଣ୍ଡ, ବଚସା ପରେ ଭୁଜାଲିରେ କଲେ ହତ୍ୟା

ବାଂଶପାଳ() ପୂର୍ବ ଶତ୍ରୁତାକୁ ନେଇ ତୁମୁଳକାଣ୍ଡ । ଭୁଜାଲି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ମାୟାଧର ବେହେରା ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କାଦକଳା ଗାଁର ଘଟିଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କାଦକଳା ଗାଁର ମାୟାଧର ବେହେରା (୪୫) ନିଜ କୁକୁଡ଼ା ଦୋକାନରେ ବସିଥିବା ସମୟରେ ପଡୋଶୀ ଦୋକାନୀ ନବ କିଶୋର ମହାକୁଡ଼ଙ୍କ ସହିତ ବଚସା ହୋଇଥିଲା। ଏହି ଘଟଣା ପରେ ଉଗ୍ରରୂପ ନେଇଥିଲା। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ପରେ ନବ କିଶୋରଙ୍କ ପୁଅ ଉତ୍ତମ ମହାକୁଡ଼ ଓ ଉପେନ୍ଦ୍ର ବେହେରା ଆସି ମାୟାଧର ବେହେରାଙ୍କୁ  ଏକ ଭୁଜାଲିରେ ହାଣି ହତ୍ୟା କରିଥିଲେ। ଉଭୟ ପରିବାରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ନୟାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାରେ ପୋଲିସ ଉତ୍ତମ ମହାକୁଡ଼ ଓ ଉପେନ୍ଦ୍ର ବେହେରାଙ୍କୁ ଥାନାରେ  ଅଟକ ରଖି ପଚରାଉଚୁରା କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com