Breaking NewsFeaturedଓଡ଼ିଶାଜାତୀୟଶିକ୍ଷା

ସିଭିଲ୍ ସର୍ଭିସ୍ ଟପ୍ ଫୋର୍‌ରେ ରହିଛନ୍ତି ୪ ଝିଅ, ଓଡ଼ିଆ ଝିଅ ବି ଦେଖାଇଲେ ଦକ୍ଷତା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସ ୨୦୨୨ ପରୀକ୍ଷା ଫଳ । ମୋଟ ୯୩୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍ ଫୋର୍‌ରେ ରହିଛନ୍ତି ୪ ଝିଅ । ସେହିପରି ଓଡ଼ିଆ ଝିଅମାନେ ମଧ୍ୟ ଦେଖାଇଛନ୍ତି ପାରଦର୍ଶିତା। ଏଥର ଓଡ଼ିଆ ପିଲାଙ୍କ ରେଜଲ୍ଟ ବେଶ୍‌ ଭଲ ହୋଇଛି ବୋଲି ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି।

ଇଶିତା କିଶୋର ସାରା ଦେଶରେ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟରେ ଗରିମା ଲୋହିଆ, ତୃତୀଅରେ ଏନ. ଉମା ହାରଥୀ ଓ ଚତୁର୍ଥରେ ସ୍ମୃତି ମିଶ୍ର ରହିଛନ୍ତି । ସେହିପରି ଚଳିତ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଓଡିଆ ପରୀକ୍ଷାର୍ଥୀ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଓଡିଶାରୁ ଏଥର ୨୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦୦ ରାଙ୍କ ମଧ୍ୟରେ ୯ ଜଣ ରହିଛନ୍ତି । ଏଥର ଓଡ଼ିଆ ଝିଅ ମଧ୍ୟ ଆଗରେ ରହିଛନ୍ତି । ପ୍ରଣିତା ଦାସ ୪୨ ରାଙ୍କ ରଖିଥିବା ବେଳେ ଦୀକ୍ଷିତା ଯୋଶୀ ୫୮, କ୍ରିତିକା ମିଶ୍ର ୬୬, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩, ସୋନାଲି ମିଶ୍ର ୧୪୦, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ଆୟୁଷୀ ପ୍ରଧାନ ୩୩୪, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ୪୦୫, ତେଜସ୍ୱୀ ବେହେରା ୫୧୬, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ୬୮୦, ନିବେଦିତା ଦାସ ୮୪୮ ସଫଳତା ପାଇଛନ୍ତି । ସେହିପରି ପୁଅ ମାନଙ୍କ ମଧ୍ୟରୁ ଥରୁଣ ପଟ୍ଟନାୟକ ମାଦଳା ୩୩ ନମ୍ବର ରଖି ଓଡିଶା ଟପ୍ପର ହୋଇଥିବା ବେଳେ ଅନୁପ ଦାସ ୩୮, ଅର୍ଣ୍ଣବ ମିଶ୍ର ୫୬, ପ୍ରଶାନ୍ତ ରାଜ ୯୭, ସିଦ୍ଧାର୍ଥ ମିଶ୍ର ୧୦୬, ସୌମ୍ୟରଞ୍ଜନ ଦାସ ୧୩୬, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସତ୍ୟ ପ୍ରକାଶ ମିଶ୍ର ୨୬୧, ହିମାଂଶୁ ସାମନ୍ତ ୩୪୮, ରାକେଶ କୁମାର ସାହୁ ୫୭୫, ଶୁଭମ ମିଶ୍ର ୬୮୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୭୭୧ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି ।

ସେହିପରି କୃତକାର୍ଯ୍ୟ ହୋଇଥିବା ୯୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ, ୨୦୦ ଜଣ ଆଇପିଏସ ଏବଂ ବାକି ଅନ୍ୟମାନେ ସେଣ୍‌ଟ୍ରାଲ ସର୍ଭିସେସ ଗ୍ରୁପ୍ ଏ ଓ ଗ୍ରୁପ୍ ବି ସର୍ଭିସେସରେ ନିଯୁକ୍ତି ପାଇବେ।

Related Articles

Back to top button
WP Twitter Auto Publish Powered By : XYZScripts.com