ଓଡ଼ିଶା

ଶ୍ରୀମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ରୋଷଘରେ ୪୦ଟି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । କିଏ ଓ କାହିଁକି ଏହି ଚୁଲାଗୁଡ଼ିକୁ ଭାଙ୍ଗିଲା ସେନେଇ କିଛି ସ୍ପଷ୍ଟ ହୋଇନି । ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, କିଛିଦିନ ହେଲା ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଏକପ୍ରକାର ବାତବିତଣ୍ଡା ଦେଖିବାକୁ ମିଳିଛି । ଉକ୍ତ ପ୍ରକଳ୍ପ ନେଇ ଉଠିଥିବା ବିବାଦର ଅନୁଧ୍ୟାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷାତାରେ ୮ ଜଣିଆ ଟିମ୍ ଗଠନ କରାଯାଇଥିଲା । ଶ୍ରୀମନ୍ଦିରର ବିକାଶ ନାଁରେ ଯଦି କୌଣସି କ୍ଷତି ହୁଏ, ତେବେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବିଧାନସଭାରେ ବିରୋଧୀ କହିଥିଲେ । ଏହି ପ୍ରକଳ୍ପ ପ୍ରସଙ୍ଗକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଏସଆଇ ଡିଜିଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବା ବେଳେ କିଛିଦିନ ତଳେ ଏନଏମଓ ଓ ଏଏସଆଇଙ୍କ ନିକଟରୁ ଚିଠି ଆସିଥିଲା । ଉକ୍ତ ବିବାଦ ନ ଥମୁଣୁ ଶ୍ରୀମନ୍ଦିରର ରୋଷଘର ଚୁଲି ଭାଙ୍ଗିବା ଆଉ ଏକ ସମସ୍ୟା ସୃଷ୍ଟି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com