ଓଡ଼ିଶା

ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ, ସାଇକେଲ୍‌ରେ ବୁହା ହେଲେ ଗର୍ଭବତୀ

ଉମରକୋଟ: ପୁଣି ଥରେ ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଗାଁକୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ସାଇକେଲରେ ବୁହାହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତର ଦିଉଡୁ ଗୁଡ଼ା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଗାଁର ଚୈତନ୍ୟ ସାନ୍ତାଙ୍କ ସ୍ତ୍ରୀ ରୟଲା ସାନ୍ତାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାକୁ ଜଣାଇଥିଲେ । ଆଶା ଜଣଙ୍କ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଆମ୍ବୁଲାନ୍ସ ଯାଇଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁଁ ଆଗକୁ ଯାଇ ନପାରି ଗାଁରୁ ଦେଢ କିଲୋମିଟର ଦୂରରେ ଥିବା ବେଳଝରି ଗାଁ ନିକଟରେ ଅଟକି ଯାଇଥିଲା । ରାସ୍ତା କାଦୁଅ ପଚ ପଚ ହୋଇ ଅତି ଶୋଚନୀୟ ଅବସ୍ଥା ଥିବାରୁ ପରିବାର ଲୋକ ଅନ୍ୟ ଉପାୟ ନପାଇ ଦୁଇଟି ସାଇକେଲରେ ଗୋଟିଏ ଖଟକୁ ସଂଯୋଗ କରି ରିକ୍ସା ଆକୃତି କରି ଗର୍ଭବତୀଙ୍କୁ ଦୀର୍ଘ ଦେଢ କିଲୋମିଟର ଠେଲି ଠେଲି ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଗର୍ଭବତୀ ଜଣଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗର୍ଭବତୀ ଜଣଙ୍କ ଶିଶୁ କନ୍ୟା ଜନ୍ମ ଦେଇଥିବା ବେଳେ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com