Featuredଓଡ଼ିଶା

ଆଜିଠୁ ବରଗଡ଼ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ, ସୁରକ୍ଷାବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଅପରାହ୍ନ ୨ ଟା ଭବ୍ୟ ଶୋଭାଯାତ୍ରା କରାଯିବ । ଯାହାକି ଗାନ୍ଧୀ ଛକ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିବ। ଏଥିରେ ୨୦ଟି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରିବାରେ କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରେ ବେଙ୍ଗ ବାଜା,କୁସଙ୍ଗ ଦୁଲ ଦୁଲି,ଭବାନିପାଟଣା,ରେମତାର ମାଁ ମଙ୍ଗଳା ଘଣ୍ଟ ପାର୍ଟି,ଝର ର ଆଦିବାସୀ ନୃତ୍ୟ,ଦଣ୍ଡା ନାଚ, ବିଜେପୁର ଘୁଡକା ନାଚ, ଭେଡେନ ର କିର୍ତ୍ତନ ପାର୍ଟି ଗୁଡିକ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବେ ।

୫.୩୦ ରେ ସମଲେଶ୍ବରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ରାଜ ଦରବାର ଅଭିମୁଖେ ଶୋଭାଯାତ୍ରା ବାହାରିବ । ସନ୍ଧ୍ୟା ୭ଘଣ୍ଟା ସମୟରେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦ୍ଵାରା ହାଟପଦାରେ ଥିବା ରାଜ ଦରବାରକୁ ଉଦଘାଟନ କରାଯିବ। ଆସନ୍ତାକାଲି ସନ୍ଧ୍ୟା ୬ଘଣ୍ଟା ସମୟରେ ଲୋକ ମଣ୍ଡପ ରଙ୍ଗ ମହଲକୁ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଦଘାଟନ କରିବେ । ମହାରାଜ କଂସ ଓ ମହାମନ୍ତ୍ରୀଙ୍କ ପାଇଁ ହାତୀ ,ଓଟ ଓ ଘୋଡା ଆସି ପହଞ୍ଚି ସାରିଛି । କରୋନା ପାଇଁ ଦୁଇ ବର୍ଷ ଧନୁଯାତ୍ରା ବନ୍ଦ ପଡିଥିବା ବେଳେ କିନ୍ତୁ ଚଳିତ ବର୍ଷ ବହୁ ଜନ ସମାଗମ ହେବାର ଆସ କରାଯାଉଛି । ସେପଟେ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com