ଓଡ଼ିଶା

ସ୍ବାମୀଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ମାଡ ଖାଇଲେ ଗର୍ଭବତୀ ମହିଳା, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ

ନୀଳଗିରି() ସ୍ଵାମୀଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ଗର୍ଭବତୀ ମହିଳା । ଅତି ଅମାନୁସିକ ଭାବେ ମାଡ଼ ମାରିବା ଭଳି ଅଭିଯୋଗ ହୋଇଛି । ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ତିନିଦେଶ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଉଭୟ ଗ୍ରାମବାସୀଙ୍କ ସହାୟତାରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ତିନିଦେଶ ଗ୍ରାମର ରାଖାଲ ସିଂ ଓ ତାଙ୍କ ସ୍ତ୍ରୀ ମିନତୀ ଘରେ ମଙ୍ଗଳବାର ରାତିରେ ଘରେ ଥିବାବେଳେ ସେହି ଅଞ୍ଚଳର ସୁକାନ୍ତ ସିଂ, ଲିତୁ ସିଂ, ଶମ୍ଭୁଆ ସିଂ, ନିରଞ୍ଜନ ନାୟକ ଆମ ସମର୍ଥକଙ୍କୁ କଣ ପାଇଁ ଭୋଟ୍ ଦେଲେନି କହି ରାଖାଲକୁ ଆକ୍ରମଣ କରିଥିଲେ। ତାଙ୍କ ଗର୍ଭବତୀ ସ୍ତ୍ରୀ ଆସି ବାରଣ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ବୁଧବାର ଉଭୟ ଆସି ଗ୍ରାମବାସୀଙ୍କ ସହାୟତାରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com