ଓଡ଼ିଶା

ଅଗ୍ନିପଥ ଯୋଜନା ସେନା ନିଯୁକ୍ତି ପ୍ରକ୍ରିୟା ପାଇଁ ଜାରି ହେଲା ସୂଚନା

କଟକ, ୦୭/୦୮/୨୦୨୨-  ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୭ରୁ ୧୪ ତାରିଖ ମଧ୍ୟରେ ଏଥିନେଇ ସେନା ନିଯୁକ୍ତି ର‌୍ୟାଲି ଅନୁଷ୍ଠିତ ହେବ । ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମରେ ଏଥିନେଇ ବ୍ୟବସ୍ଥା କରାଯାଇଥିବା କଟକ ସ୍ଥିତ ଆର୍ମି ରିକ୍ୟୁଟିଙ୍ଗ୍ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ବହୁ ବାଦ ବିବାଦ ଏବଂ ହିଂସା ପରେ ଅଗ୍ନିପଥ ଯୋଜନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଯଥା ସାଧ୍ୟ ଏହାକୁ ଶୃଙ୍ଖଳିତ କରିବାକୁ ବନ୍ଦୋବସ୍ତ କରାଯାଇଛି । ଏହି ଯୋଜନା ଅଧିନରେ ଆବେଦନ କରିବାର ସର୍ବନିମ୍ନ ବୟସ ୧୭ ବର୍ଷ ୬ ମାସ ଏବଂ ସର୍ବାଧିକ ବୟସ ୨୧ ବର୍ଷ ରହିଛି । ମାତ୍ର ଚଳିତ ବର୍ଷର ନିଯୁକ୍ତି ପାଇଁ ୨ ବର୍ଷ କୋହଳ କରାଯାଇଛି । ଉଭୟ ପୁରୁଷ ଓ ମହିଳା ଅଗ୍ନିପଥ ଯୋଜନା ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ପଞ୍ଜିକୃତ ଇ-ମେଲ ଠିକଣାରେ ପ୍ରାର୍ଥୀ ମାନଙ୍କ ନିକଟକୁ ଆଡମିଟ କାର୍ଡ ପଠାଯିବ । ଏହି ନିଯୁକ୍ତି ରାଲିରେ ଅଧିକରୁ ଅଧିକ ସଂଖ୍ୟକ ପ୍ରାର୍ଥୀ ଯୋଗ ଦେବା ନିମନ୍ତେ ଜନସାଧାରଣ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକୁ ନିବେଦନ କରାଯାଇଚ୍ଥି । ଅଗ୍ନିପଥ ଯୋଜନାର ୱେବସାଇଟ www.joinindianarmy.nic.in ରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com