ଓଡ଼ିଶା

କେନ୍ଦୁଝର ଚମ୍ପୁଆରେ ଅଭାବନୀୟ ଘଟଣା, ଆସିଲେନି ଗାଁଲୋକେ ସ୍ୱାମୀର ସମାଧି ଖୋଳିଲା ସ୍ତ୍ରୀ

ଭୁବନେଶ୍ୱର: ମଣିଷ ଯେ କେତେ ସ୍ୱାର୍ଥପର ହୋଇପାରେ ତାହା ଏବେ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେଉଥିବା ଏକ ଭିଡିଓ ରୁ ଜଣାପଡୁଛି । ଭିଡିଓ ରେ ଜଣେ ସ୍ତ୍ରୀ ଲୋକ ତାର ସ୍ୱାମୀର ମୃତ୍ୟୁ ପରେ ସମାଧି ଖୋଳୁଛି ।

ଘଟଣାଟି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡ଼ନଇ ଗ୍ରାମର ବୋଲି ଜଣାପଡିଛି । ସ୍ୱାମୀ ଭଞ୍ଜ ମୁଣ୍ଡା ଅସୁସ୍ଥ ହେବା ପରେ ସ୍ତ୍ରୀ ପତି ମୁଣ୍ଡା ପ୍ରଥମେ ଚମ୍ପୁଆ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ତେବେ ସେଠାରେ ଭଞ୍ଜ ମୁଣ୍ଡାଙ୍କ ମୃତ୍ୟୁ ହେବା ପରେ ସେ ସରକାରୀ ସୁବିଧାରୁ ବଂଚିତ ହୋଇଥିଲେ ଓ ଧାର ଉଧାର ମାଗି ମୃତ ଦେହ ଘରକୁ ଆଣିଥିଲେ ।

ଏହା ପରେ ସ୍ୱର୍ଥୀ ମଣିଷ ସମାଜ ମୃତ ବ୍ୟକ୍ତିକୁ କାନ୍ଧ ନଦେବାରୁ ସ୍ତ୍ରୀ ଘର ସମ୍ମୁଖରେ ନିଜେ ଗାତ ଖୋଲିବା ଆରମ୍ଭ କରିଥିଲେ ଓ ଗୋଡ଼ରେ ଦଉଡି ବାନ୍ଧି ଟାଣି ଟାଣି ଆଣିବାକୁ ମାନସ୍ତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com