ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ

ଭୁବନେଶ୍ୱର : ୟୁକ୍ରେନରେ ଜାରି ରହିଛି ଘମାଘୋଟ ଲଢ଼େଇ । ଯୁଦ୍ଧକ୍ଷେତ୍ରରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଛି ସ୍ୱତନ୍ତ୍ର ଅପରେସନ ଗଙ୍ଗା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ୟୁକ୍ରେନରୁ ଫେରୁଥିବା ଓଡିଆ ଡକ୍ତରୀ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇଆଣିବାକୁ କରିଥିବା ଉଦ୍ୟମକୁ ମଧ୍ୟ ସେମାନେ ପ୍ରଶଂସା କରିଛନ୍ତି । ୟୁକ୍ରେନରୁ ଫେରୁଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଦିଲ୍ଲୀରେ ରହିବା ଓ ଖାଇବାର ବ୍ୟବସ୍ଥା କରିଛନ୍ତି । ଯୁଦ୍ଧ ସମୟରେ ମାନସିକ ଚାପରେ ଥିବା ଛାତ୍ରଛାତ୍ରୀମାନେ ସୁରକ୍ଷିତ ନିଜ ମାଟିକୁ ଫେରିଆସିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ରବିକାନ୍ତଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଥିବା ବେଳେ ବିମାନବନ୍ଦରରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବାକୁ ମଧ୍ୟ ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com