ଜାତୀୟ

ଋଷ-ୟୁକ୍ରେନ ଲଢେଇ ମଧ୍ୟରେ ଭାରତ ଆରମ୍ଭ କଲା ଯୁଦ୍ଧାଭ୍ୟାସ, ୩୯ଟି ଦେଶର ନୌସେନା ସାମିଲ

ନୂଆଦିଲ୍ଲୀ() ୟୁକ୍ରେନ ଓ ଋଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ଶନିବାରଠୁ ଭାରତର ନେତୃତ୍ୱରେ ଏକ ବଡ ଅ୍ତରାଷ୍ଟ୍ରୀୟ ନୌସେନା ଅଭ୍ୟାସ ଆରମ୍ଭ ହୋଇଯାଇଛି । ବିଶାଖାପାଟଣା ଉପକୂଳରେ ନୌସେନା ଯୁଦ୍ଧାଭ୍ୟାସ ମିଲନ-୨୦୨୨ ଆରମ୍ଭ ହୋଇଛି । ଏଥିରେ ୩୯ଟି ଦେଶର ନୌସେନା ସାମିଲ ହୋଇଛନ୍ତି ।

କେନ୍ଦ୍ର ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ‘ମିଳନ-୨୦୨୨’ର ଶୁଭାରମ୍ଭ କରିଛନ୍ତି । ଏଥିରେ ଅନେକ ଦେଶର ତୋପ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଗର୍ଜିଥିଲା । ସେ ଭାରତୀୟ ନୌସେନା ସହ ବିଭିନ୍ନ ଦେଶର ନୌସେନା ଅଧିକାରୀଙ୍କ ସହ କଥା ହୋଇଥିଲେ ।

କେନ୍ଦ୍ରମନ୍ତ୍ରୀ ଅଜୟ ଭଟ କହିଛନ୍ତି ଯେ, ଭାରତର ଆଖପାଖରେ ଥିବା ଦେଶର ଉପକୂଳକୁ ସୁରକ୍ଷା ଦେବାକୁ ଏହି ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି । ଏହାଦ୍ୱାରା ଅନେକ ଚ୍ୟାଲେଞ୍ଜର ମୁକାବିଲା କରିହେବ । କେବଳ ବ୍ୟବସାୟ ନୁହେଁ ଉପକୂଳକୁ ସୁରକ୍ଷା ଦେବା ସବୁ ଦେଶର ଦାୟିତ୍ୱ । ଏହାସହ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଚୀନର ବିସ୍ତାରବାଦ ନୀତିକୁ ସମାଲୋଚନା କରିଥିଲେ ।

ପ୍ରତି ଦୁଇ ବର୍ଷରେ ଥରେ ଯୁଦ୍ଧାଭ୍ୟାସ ମିଲନକୁ ଆୟୋଜନ କରାଯାଇଥାଏ । ଚଳିତ ଥର ୧୩ ମିତ୍ର ଦେଶର ଯୁଦ୍ଧପୋତ ଓ ୩୯ ଦେଶର ନୌସେନା ଅଧିକାରୀ ଅଭ୍ୟାସରେ ସାମିଲ ହୋଇଛନ୍ତି । ଏଥିରେ ଭାରତ ସମେତ ଶ୍ରୀଲଙ୍କା, ବାଂଲାଦେଶ, ଇମ୍ଡୋନେସିଆ, ମାଲେସିଆ, ଫ୍ରାନ୍ସ ସମେତ ଅନେକ ଦେଶର ଯୁଦ୍ଧପୋତ ସାମିଲ ହୋଇଥିଲେ । ତେବେ ଭାରତ ଚୀନ ଓ ପାକିସ୍ତାନ ଭଳି ଚିର ପ୍ରତିଦ୍ୱନ୍ଦ୍ୱୀ ଦେଶକୁ ଏଥିରେ ଭାଗ ନେବାକୁ ଡାକି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com