ଜାତୀୟମନୋରଞ୍ଜନ

RRR ବକ୍ସ ଅଫିସ୍ କଲେକ୍ସନ୍: ପ୍ରଥମ ଦିନରେ ୨୦୦ କୋଟି ପାର୍ କଲା

ନୂଆଦିଲ୍ଲୀ: ଏସଏସ ରାଜେମøଲିଙ୍କ ଦ୍ୱାରା ନିର୍ମିତ ଫିଲ୍ମ ଆରଆରଆର ବକ୍ସ ଅଫିସରେ ଧମାକା ମଚାଇଛି । ଫିଲ୍ମ ରିଲିଜର ପ୍ରଥମ ଦିନରେ ଗ୍ଲୋବାଲ କଲେକ୍ସନ ୨୦୦ କୋଟି ଟପିଛି । ଜୁନିୟର ଏନଟିଆର ଓ ରାମ ଚରଣ ଏହି ଫିଲ୍ମର ଲିଡ୍ ରୋଲରେ ଥିବାରୁ ଏହାକୁ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସୁକତାର ସହ ଚାହିଁ ରହିଥିଲେ । ତେବେ ବାହୁବଲୀ ପରେ ରାଜମୌଲି ପୁଣି ଆରଆରଆର ମାଧ୍ୟମରେ ସିନେପ୍ରେମୀଙ୍କ ଦିଲ୍ ଜିତିନେଇଥିବା ଜଣାପଡ଼ିଛି । ସିନେମା ହଲରୁ ଫିଲ୍ମ ଫେରୁଥିବା ଦର୍ଶକମାନେ ଫିଲ୍ମକୁ ପ୍ରଶଂସା କରୁଥିବା ଦେଖାଯାଉଛି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ଫିଲ୍ମଟି ଧୁମ୍ ମଚାଇଥିବା ଦେଖାଯାଇଛି ।
ରିପୋର୍ଟ ମୁତାବକ, ଆରଆରଆର ପ୍ରଥମ ଦିନରେ ଭାରତରେ ୧୮ କୋଟି ଆୟ କରିଛି । ଏଥିସହ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡ଼ା ଓ ୟୁକେରେ ମଧ୍ୟ ଶାନଦାର ପ୍ରଦର୍ଶନ କରିଛି । ଆରଆରଆର ଫିଲ୍ମ ଆଶାଠାରୁ ଅଧିକ ଆୟ କରିଛି । ତେବେ ସମଗ୍ର ବିଶ୍ୱରେ ପ୍ରଥମ ଦିନରେ ଫିଲ୍ମଟି ୨୦୦ କୋଟିରୁ ଅଧିକ କଲେକ୍ସନ କରିବାରେ ସକ୍ଷମ ହୋଇଛି । ଉଭୟ ରାମ ଚରଣ ଓ ଏନଟିଆର ଦୁହେଁ ସାଉଥ୍ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ସୁପରଷ୍ଟାର ଅଟନ୍ତି । ଏଥିସହ ରେକର୍ଡ ମେକର ଡାଇରେକ୍ଟର ରାଜମୌଲିଙ୍କ ଉପସ୍ଥିତି ଫିଲ୍ମକୁ ବହୁ ଉଚ୍ଚକୁ ନେବାରେ ସକ୍ଷମ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com