Breaking NewsFeaturedଜାତୀୟରାଜନୀତି

କିରଣ ରିଜିଜୁଙ୍କ ବିଦାୟ ପଛରେ ରହିଛି ଅନେକ କାରଣ, ଜାଣନ୍ତୁ ରହସ୍ୟ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ମୋଦି ସରକାରଙ୍କ ୯ ବର୍ଷ ଶାସନ କାଳ ଭିତରେ ବିରଳ ଘଟଣା । କେବଳ ଜଣିଏ ମନ୍ତ୍ରୀଙ୍କୁ ପ୍ରଥମଥର ପାଇଁ ଅଦଳବଦଳ କରାଯାଇଛି । ତା ପୁଣି ରାତାରାତି ଭାବରେ କରାଗଲା ପରିବର୍ତ୍ତନ । ଇଏତ ଗଲା ସେପଟେ ପୁଣି ମୋଦୀ ସରକାରଙ୍କ ଦ୍ୱିତୀୟ ଟର୍ମରେ ଏମିତି ଦୁଇ ଦୁଇ ଜଣ ଆଇନ ମନ୍ତ୍ରୀ ସେମାନଙ୍କ ଦାୟୀତ୍ୱହିନ ମନ୍ତବ୍ୟ ପାଇଁ ରାତିଅଧିଆ ବିଦାୟ ନେଇଛନ୍ତି । ପୂର୍ବତନ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପେଗାସସ ମାମଲା ଓ ସୋସିଆଲ ମିଡିଆରେ ଦାୟୀତ୍ୱହିନ ମନ୍ତବ୍ୟ ପାଇଁ ବିଦା ହେବାକୁ ପଡିଥିଲା । ତେବେ ନଜର ପକାନ୍ତୁ କେଉଁ ପ୍ରମୁଖ କାରଣ ପାଇଁ ମୋଦୀଙ୍କ ଗେହ୍ଲା ପୁଅ କୁହାଯାଉଥିବା କିରଣ ରିଜିଜ୍ଜୁଙ୍କୁ ତରବରିଆ ଭାବରେ ବିଦା କରାଗଲା ଆଇନ ବିଭାଗ ଦାୟିତ୍ୱରୁ।

  • ଦୀର୍ଘ ଦିନ ହେଲା ନ୍ୟାୟ ପାଳିକା ସହ ମୁହାଁମୁହଁ ହୋଇ ଚାଲିଥିିଲେ କିରଣ ରିଜିଜ୍ଜୁ । ନ୍ୟାୟପାଳିକାକୁ  ଖୋଲାଖୋଲି ଚାଲେଞ୍ଜ କରିବା ସହ ନିୟମିତ ଭାବେ ଗଣମାଧ୍ୟମରେ ବିବାଦୀୟ ବୟାନ ଦେଉଥିଲେ । କଲେଜିୟମ ବ୍ୟବସ୍ଥାକୁ ନେଇ କହିଥିଲେ ଯେ କେମିତି ଦୁଇ ଚାରି ଜଣ ଜଜ୍ ବସି ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ କରିପାରିବେ । ଏପରିକି କଲେଜିୟମ ବ୍ୟବସ୍ଥା ଦ୍ୱାରା ସ୍ଥିରିକୃତ ଦୁଇ ଜଣ ବିଚାରପତିଙ୍କ ଫାଇଲକୁ ଫେରାଇ ଦେଇଥିଲା ଆଇନ ବିଭାଗ । ତେବେ ଫେରସ୍ତ ଫାଇଲରେ କଲେଜିୟମକୁ  ଗ୍ରହଣ ନକରିବାର  ଯେଉଁ ସବୁ କାରଣ ଉଲ୍ଲେଖ ରହିଥିଲା ତାକୁ ସାର୍ବଜନୀନ  କରିଦେଇଥିଲେ ସୁପ୍ରିମକୋର୍ଟ । ଯାହା କେନ୍ଦ୍ର ସରକାରଙ୍କୁ ଅକଳରେ ପକାଇ ଦେଇଥିଲା । ଏପରିକି ନ୍ୟାୟପାଳିକା ସହ ଲଢେଇ ପାଇଁ ରିଜିଜ୍ଜୁ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପ୍ରବଳ ଦାବି ହୋଇଥିଲା ।  ସେପଟେ ପୁଣି କଲେଜିୟମ ବ୍ୟବସ୍ଥାରେ ବିଚାରପତି ଚୟନ ପ୍ରକ୍ରିୟାକୁ ନେଇ ରିଜଜ୍ଜୁ କହିଥିଲେ ଏହା ସମ୍ବିଧାନରେ ଏଲିଏନ ଭଳି ।  ବିଚାରପତିମାନେ ଅବସର ନେବାପରେ ଦେଶ ବିରୋଧି ବୟାନ ଦେଉଛନ୍ତି । ଏପରିକି ଜଜ୍ ମାନେ  ନିଜ ସଂପର୍କୀୟଙ୍କୁ ଜଜ୍ କରି ଦେଉଥିବା ଭଳି ସଂଗୀନ ମନ୍ତବ୍ୟ ଦେଇଥିଲେ ଗଣମାଧ୍ୟମରେ । ସାଧରଣରେ ବିଶ୍ୱାସ ଅଛି ଯେ ସୁପ୍ରିମକୋର୍ଟଙ୍କ ରାୟ ସର୍ବମାନ୍ୟ  । କିନ୍ତୁ ରିଜଜ୍ଜୁଙ୍କ ମନ୍ତବ୍ୟକୁ ନେଇ ବିରୋଧି କହିଥିଲେ ଯେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଧମକାଉଛନ୍ତି । ଯେଉଁଥିପାଇଁ ଏ ପ୍ରସଙ୍ଗ ସରକାରକୁ ବହେ ବଦନାମ କରି ଦେଇଥିଲା ।
  •  ନିକଟରେ ଦିଲ୍ଲୀ ଓ ମହାରାଷ୍ଟ୍ର ସରକାର ମାମଲାରେ ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଯେଉଁଥିରେ ଉଭୟ ସରକାରଙ୍କ ବିଜୟ ହୋଇଥିଲା ଓ ଝଟକା ପାଇଥିଲେ କେନ୍ଦ୍ର ସରକାର । ଏ ରାୟ ପ୍ରକାଶ ପାଇବା ପରେ ଉଭୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଉଦ୍ଧବ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିବା ସହ କେନ୍ଦ୍ରର ରାଜ୍ୟ ଉପରେ ଅନଧିକାର ହସ୍ତକ୍ଷପେକୁ ତୀବ୍ର ସମାଲୋଚନା କରିଥିଲେ । ଏହା ସାଧାରଣରେ କେନ୍ଦ୍ର ସରକାଙ୍କୁ ନେଇ ଏକ ଖରାପ ବାର୍ତ୍ତା ଯାଇଥିଲା । ଯାହାଫଳରେ ପ୍ରବଳ ଖପ୍ପା ହୋଇଥିଲେ ବିଜେପିର କେନ୍ଦ୍ରୀୟ କୋର କମିଟି ।
  • ୟୁନିଫର୍ମ ସିଭିଲ କୋଡ ହେଉଛି ବିଜେପିର ଏକ ପ୍ରମୁଖ ପ୍ରସଙ୍ଗ । ପ୍ରଥମରୁ ଏହାକୁ ବିଜେପି ତାର ମାନୁଫେଷ୍ଟୋରେ ରଖିଛି । ମୋଦୀ ସରକାର ମଧ୍ୟ ୟୁନିଫର୍ମ ସିଭିଲ କୋଡକୁ ୨୦୨୪ ନିର୍ବାଚନ ପୁର୍ବରୁ ଲାଗୁ କରିବାକୁ ଟାର୍ଗେଟ ରଖିଥିଲେ । କିନ୍ତୁ ଏଥିରେ ଅହେତୁକ ବିଳମ୍ବ ହୋଇଛି । ଫାଇଲ ଜମାରୁ ଆଗକୁ ବଢି ପାରୁନି । ଯାହାକୁ ନେଇ ରିଜିଜ୍ଜୁଙ୍କ ଉପରେ ଖୁସି ନଥିଲା ବିଜେପି କ୍ୟାମ୍ପ ।

ଏସବୁ କାରଣରୁ ମୋଦୀ ସରକାରଙ୍କ ଗୁଡ୍ବୁ‌କରେ ଥିବା କିରଣ ରିଜିଜୁ ହଟ୍‌ ଲିଷ୍ଟକୁ ଚାଲି ଆସିଥିଲେ । କେବଳ ଅପେକ୍ଷା ଥିଲା କର୍ଣ୍ଣାଟକ ନିର୍ବାଚନକୁ । ଫଳାଫଳ ଆସିବା ପରେ ହଠାତ ରାଷ୍ଟ୍ରପତି ଭବନରୁ ରିଜିଜ୍ଜୁ ଆଇନ ବିଭାଗରୁ ଭୁ-ବିଜ୍ଞାନ ବିଭାଗକୁ ବଦଳି ହୋଇଥିବା ବେଳେ ତାଙ୍କ ଜାଗାରେ ରାଜସ୍ଥାନର ବଡ ଚେହେରା ତଥା ଦଳିତ ନେତା ଅର୍ଜୁନ ରାମ ମେଘୱାଲଙ୍କୁ ତାଙ୍କ ଜାଗାରେ ନିଯୁକ୍ତି ଦିଆ ଯାଇଥିବା  ନୋଟିସ ଆସିଥିଲା । ମେଘୱାଲଙ୍କୁ ଏ ଗୁରୁତ୍ୱପୁର୍ଣ୍ଣ ବିଭାଗ ଦିଆଯିବାର ଏକ ପ୍ରମୁଖ କାରଣ ହେଲା ସେ ଜଣେ ଆଇନ ଛାତ୍ର ହୋଇଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଦାୟୀତ୍ୱ ତୁଲାଇ ସାରିଛନ୍ତି ।

ଅରୁଣାଚଳପ୍ରଦେଶରୁ ଆସୁଥିବା କିରଣ ରିଜିଜୁ ହେଉଛନ୍ତି ଜଣେ ଦକ୍ଷ ନେତା । କ୍ରିଡା ମନ୍ତ୍ରୀ ଥିବା ବେଳେ  ସେ ସଫଳତାର ସହ ଅନେକ କାମ କରିଛନ୍ତି। ତାଙ୍କ ସମୟରେ କ୍ରିଡାବୀତ ଓ କ୍ରିଡା କ୍ଷେତ୍ରରେ ବେଶ ଅଗ୍ରଗତି ହୋଇଛି । କିନ୍ତୁ ରିଜିଜ୍ଜୁ ସମ୍ବେଦନଶୀଳ ଆଇନ ବିଭାଗକୁ ଠିକ ଭାବରେ ହ୍ୟାଣ୍ଡେଲ କରି ପାରିଲେ ନାହିଁ । ଯେଉଁଥି ପାଇଁ ତାଙ୍କୁ ରାତି ଅଧିଆ ବିଦା ହେବାକୁ ପଡ଼ିଲା।

Related Articles

Back to top button
WP Twitter Auto Publish Powered By : XYZScripts.com