Breaking NewsFeaturedରାଜନୀତି

ଆମର ଟାର୍ଗେଟ ୮୦ରୁ ୮୦; ରାମ ମନ୍ଦିରକୁ ସୋନିଆ ଖଡଗେ ଆସିବା ଦରକାର

ଉତ୍ତର ପ୍ରଦେଶ ଜନତାଙ୍କ ଧ୍ୟାନ ଆକର୍ଷଣ କରିବାରେ ଲାଗି ପଡିଛନ୍ତି ବିଜେପି ଏବଂ କଂଗ୍ରେସ । ଯାହା କୁହାଯାଉଛି ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ବିଜେପି ଯୁଦ୍ଧକାଳୀନ ଭିତ୍ତିରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କରିବାକୁ ଯାଉଛି । ତେବେ ପଛରେ ପଡିନାହିଁ କଂଗ୍ରେସ । ବିଜେପିକୁ ପ୍ରତିହତ କରିବାକୁ ଦଳ ଆରମ୍ଭ କରିଛି ଉତ୍ତର ପ୍ରଦେଶ ଯୋଡ ଯାତ୍ରା ।

ଯାହାର ପ୍ରଥମ ପର୍ଯ୍ୟାୟ ସହରନପୁରରୁ ଆରମ୍ଭ ହୋଇ ମୋରଦାବାଦରେ ଶେଷ ହୋଇଛି । ତେବେ ଯାତ୍ରାରେ ଉତ୍ତର ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମେତ ଅନେକ ବଡ ନେତା ସାମିଲ ହୋଇଥିଲେ ମଧ୍ୟ ମୁସଲମାନ ଭୋଟକୁ କଂଗ୍ରେସ ଆଡକୁ ଆଣିବାର ବଡ ଦାୟିତ୍ୱ ଇମ୍ରାନ ମସୁଦଙ୍କୁ ଦେଇଛି କଂଗ୍ରେସ । ପଶ୍ଚିମ ଉତ୍ତର ପ୍ରଦେଶର ଟାଣୁଆ ନେତା କୁହାଯାଉଥିବା ଇମ୍ରାନ ମସୁଦ ମଧ୍ୟ ଏହି ଦାୟିତ୍ୱକୁ ଚ୍ୟାଲେଞ୍ଜ ଭଳି ନେଇଛନ୍ତି । ବିଶେଷକରି ସୁଫି ଏବଂ ଦେବଗନ୍ଧି ବର୍ଗର ଲୋକଙ୍କୁ ଏକତ୍ରିତ କରି ଜନ ସମର୍ଥନକୁ ନିଜ ଆଡକୁ ଆଣିବାକୁ ସେ ଚେଷ୍ଟା କରୁଛନ୍ତି ।

ତେବେ ଆମେ ବିଜେପିକୁ ହରାଇବା ପାଇଁ ନୁହେଁ ବରଂ କଂଗ୍ରେସକୁ ଜିତାଇବା ପାଇଁ କାର୍ଯ୍ୟ କରୁଛୁ । ଆମେ ୮୦ଟି ଲୋକସଭା ଆସନ ପାଇଁ କାମ କରୁଛୁ । ଆମର କର୍ତ୍ତବ୍ୟ ହାଇକାମଣ୍ଡଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା । ଯାହା ଆମେ କରୁଛୁ । ଯେଉଁମାନେ ପ୍ରାର୍ଥୀହେବେ ସେମାନଙ୍କ ପାଇଁ ମଧ୍ୟ କାର୍ଯ୍ୟ କରିବୁ ବୋଲି ମାସୁଦ କହିଛନ୍ତି । ସେହିପରି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସୋନିଆ ଗାନ୍ଧୀ ଏବଂ ମଲିକାର୍ଜୁନ ଖଡଗେ ନିହାତି ଯୋଗଦେବା ଉଚିତ ବୋଲି କହିଛନ୍ତି ଇମ୍ରାନ ମସୁଦ । ସେହିଭଳି ଆମେ ବାବ୍ରି ମସଜିଦ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶ ମାନି ନେଇଛୁ ଏଥିରେ କୌଣସି ପ୍ରକାର ରାଜନୀତି ନକରିବାକୁ ଇମ୍ରାନ ମାସୁଦ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com