Featuredଜାତୀୟ

ଗୁରୁଙ୍କୁ ପରମାତ୍ମା ଘୋଷିତ କରିବା ପଡିଲା ମହଙ୍ଗା, ଦେବାକୁ ହେବ ୧ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାର ଜଣେ ଶିଷ୍ଯ ନିଜ ଗୁରୁଙ୍କୁ ପରମାତ୍ମା ଘୋଷିତ କରିବା ପାଇଁ ଜନହିତକର ଯାଚିକା ଦାଖଲ କରିଥିଲେ । ଏହି ଆବେଦନକୁ ଜଷ୍ଟିସ ଏମଆର୍ ଶାହ ଏବଂ ଜଷ୍ଟିସ ସିଟି ରବି କୁମାରଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏଥିସହିତ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି । ଆବେଦନକାରୀ ଉପେନ୍ଦ୍ର ନାଥ ଦଳାଇ, ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଠାକୁରଙ୍କ ଶିଷ୍ୟ ଅଟନ୍ତି । ତାଙ୍କର ଦାବି ଥିଲା ଯେ ଶ୍ରୀ ଶ୍ରୀ ଠାକୁରଙ୍କ ଧର୍ମ ସମାଜରେ ଯୋଗଦାନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତାଙ୍କୁ ପରମାତ୍ମା ମାନିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ଉପେନ୍ଦ୍ରଙ୍କ ଆବେଦନରେ ବିଜେପି, ଆରଏସଏସ୍, ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ, ଗୁରୁଦ୍ୱାରା ବଙ୍ଗାଲ ସାହିବ, ଇସ୍କନ ସମିତି, ବୁଦ୍ଧିଷ୍ଟ ସୋସାଇଟି ଅଫ୍ ଇଣ୍ଡିଆ, ନ୍ୟାସନାଲ କ୍ରୀଷ୍ଟିଆନ କାଉନ୍ସିଲଙ୍କୁ ମଧ୍ୟ ପକ୍ଷ କରାଯାଇଥିଲା । ୪ ସପ୍ତାହ ମଧ୍ୟରେ ଏହି ଜରିମାନା ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଜମା କରାଇବା ପାଇଁ ଆଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com