Featuredଜାତୀୟ

ଦେଶରେ ସନାତନ ବୋର୍ଡ ପ୍ରତିଷ୍ଠା ପାଇଁ ଦାବୀ କଲେ ଧୀରେନ୍ଦ୍ର ଶାସ୍ତ୍ରୀ

ବାଗେଶ୍ୱର ଧାମର ପୀଠାଧୀଶ କୁହାଯାଉଥିବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଭାରତକୁ ହିନ୍ଦୁ ରାଷ୍ଟ୍ର ବନାଇବାକୁ ସଂକଳ୍ପ ନେଇ ଲଗାତାର ହୋମ ଯଜ୍ଞ କରାଉଛନ୍ତି । ଏଥିରେ ଯୋଗ ଦେଉଛନ୍ତି ସାରା ଦେଶର ସାଧୁସନ୍ଥ । ଏବେ ଏନେଇ ଆଉ ଏକ ବୟାନ ଦେଇଛନ୍ତି ଧୀରେନ୍ଦ୍ର କୃଷ୍ଣ । ଏହାସହ ଦେଶରେ ସନାତନ ବୋର୍ଡ ପ୍ରତିଷ୍ଠା କରିବକୁ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାହାର ରକ୍ତ ପରିଷ୍କାର ସେ ହିଁ କେବଳ ହିନ୍ଦୁ ରାଷ୍ଟ୍ର କଥା କହିପାରିବେ । ଯାହା ଶରୀରରେ ସନାତନ ରକ୍ତ ଥିବ ସେ ହିଁ ମନ ଖୋଲି ହିନ୍ଦୁ ରାଷ୍ଟ୍ର ବାବଦରେ କହିବାକୁ ସାହସ କରିବ । ଆଉ ଯେପରି ବି ହେଉ ଭାରତକୁ ହିନ୍ଦୁ ରାଷ୍ଟ୍ର ବନେଇବ । ଏହାସହ ଖୁବ୍ ଶୀଘ୍ର ସଂସଦରେ ହିନ୍ଦୁ ରାଷ୍ଟ୍ରକୁ ନେଇ କିଛି ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com