Breaking NewsFeaturedରାଜନୀତି

ଭାରତ ଯୋଡ ନ୍ୟାୟ ଯାତ୍ରାରେ ପ୍ରବଳ ହଙ୍ଗାମା । ମୁହଁମୁହିଁ ପୋଲିସ-କଂଗ୍ରେସ କର୍ମୀ

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ପ୍ରବଳ ହଙ୍ଗାମା । ଯାତ୍ରା ସମୟରେ ବାଟରେ ଅଟକାଇଲା ପୋଲିସ । ବାରିକେଡ ଭାଙ୍ଗି ଧସେଇ ପସିଲେ କଂଗ୍ରେସ କର୍ମୀ । ଫଳରେ ପୋଲିସ ଓ କଂଗ୍ରେସ କାର୍ଯ୍ୟକର୍ତାଙ୍କ ମଧ୍ୟରେ ହୋଇଛି ଧସ୍ତାଧସ୍ତି ପରିସ୍ଥିତି । ଆସାମର ଗୌହ୍ୱାଟିରେ ରାହୁଲଙ୍କୁ ନୋ ଏଂଟ୍ରି । ଏନେଇ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ କଂଗ୍ରେସର ଏହି ଯାତ୍ରାକୁ ବନ୍ଦ କରିଛି ପୋଲିସ । ଦେଖନ୍ତୁ ଏହି ଦୃଶ୍ୟକୁ ।

ଗତକାଲି ରାହୁଲ ଗାନ୍ଧିଙ୍କୁ ମନ୍ଦିରକୁ ପ୍ରବେଶ କରାଇ ନଦେବାରୁ ରାସ୍ତାରେ ବସିଥିଲେ ଶତାଧିକ କର୍ମୀ। ଆଜି ପାଞ୍ଚ ହଜାରରୁ ଅଧିକ କଂଗ୍ରେସ କର୍ମୀ ଗୌହାଟିକୁ ପ୍ରବେଶ କରିଥିଲେ। ଏହି ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁଲିସ କଂଗ୍ରେସ କର୍ମୀଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କହିଥିଲା, କିନ୍ତୁ ଏହାକୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ। ସେପଟେ ଜାଣିଶୁଣି ତାଙ୍କୁ ରୋକାଯାଉଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ହେଲେ କଂଗ୍ରେସର ବବର ଶେର ମାନେ ଆସାମ ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀରେ ବସିଥିବା ତାଙ୍କ ମାଲିକଙ୍କ ଅହଙ୍କାର ଭାଙ୍ଗି ଦେଇଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ରାହୁଲ ।

ତେବେ ଦୁନିଆରେ ଏମିତି କୋଉ ଶକ୍ତି ନାହିଁ ଯିଏ, ଏହି ନ୍ୟାୟ ଯାତ୍ରାକୁ ଅଟକାଇ ଦେବ । ଏଭଳି କହିଛନ୍ତି ରାହୁଲ ଗାନ୍ଧି ।

Related Articles

Back to top button
WP Twitter Auto Publish Powered By : XYZScripts.com