Breaking NewsFeaturedଭାଇରାଲ୍ ଭିଡିଓ

ଜଳିଗଲା ରାଜସ୍ୱ ବିଭାଗ!

ଲୋକସେବା ଭବନରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରଥମ ମହଲାରେ ଥିବା ରାଜସ୍ଵ ବିଭାଗରେ ଏହି ନିଆଁ ଲାଗିଛି । ପ୍ରଥମେ ଲୋକସେବା ଭବନର ଦମକଳ ଗାଡି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏହାପରେ କଳ୍ପନା ଓ ବରମୁଣ୍ଡାରୁ ଦୁଇଟି ଅଗ୍ନିଶମ ଟିମ୍ ଆସି ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରିଥିଲେ । ତେବେ ଲୋକସେବା ଭବନ ପରିସର ଧୂଆଁମୟ ହୋଇଯାଇଥିଲା । ସେ ଭିତରକୁ ପଶି କାଗଜପତ୍ର ଆଦି ଉଦ୍ଧାର କରିବା ବଡ କଠିନ ଥିଲା । ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ବି ଏସିରେ ସଟସର୍କିଟ୍ ଯୋଗୁ ଏପରି ଘଟିଥିବା ଅନୁମାନ କରାଯାଉଛି । କାରଣ ରବିବାର ଏବଂ ସୋମବାର ଗାନ୍ଧି ଜୟନ୍ତୀ ପାଇଁ ଛୁଟି ଥିଲା । ତେଣୁ ଶନିବାର କେହି କର୍ମଚାରୀ ଏସି ବା ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣର ସୁଇଚ ବନ୍ଦ ନକରିଥିବା କାରଣରୁ ଆଜିର ଅଗ୍ନିକାଣ୍ଡ ଘଟିଥିବା ସାଧାରଣରେ ଆଲୋଚନା ହେଉଛି ।
ସେପଟେ ଏହି ଅଗ୍ନିକାଣ୍ଡରେ କଣ କଣ ଏବଂ କେତେ ପରିମାଣରେ କ୍ଷତି ହୋଇଛି ତାହା ଜଣାପଡିନାହିଁ । ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜଳିଯାଇଥିବା ଅନୁମାନ କରାଯାଇଛି । ସେହିପରି ନିଆଁ ଲାଗିବା ସମୟରେ ରାଜସ୍ୱ ବିଭାଗରେ କୌଣସି କର୍ମଚାରୀ ଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com