Featuredଜାତୀୟରାଜନୀତି

ତାମିଲନାଡୁର ପ୍ରତେକ ମନ୍ଦିରରେ ମୋବାଇଲ ଫୋନ ନିଷେଧ

ମଦୁରାଇ: ତାମିଲନାଡୁର ପ୍ରତେକ ମନ୍ଦିରରେ ମୋବାଇଲ ଫୋନ ନିଷେଧ କରିବା ଲାଗି ଶୁକ୍ରବାର ଦିନ ମାଡ୍ରାସ୍‌ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ‘ହିନ୍ଦୁ ରିଲିଜିୟସ୍‌ ଆଣ୍ଡ୍‌ ଚାରିଟେବଲ୍‌ ଏଣ୍ଡାଓମେଣ୍ଟ୍‌’କୁ  ଆଦେଶ ଦେଇଛନ୍ତି। ଭକ୍ତମାନେ ନିର୍ବିଘ୍ନରେ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବାରୁ ତିରୁଚେନ୍ଦୁର ମନ୍ଦିର ଭିତରେ ମୋବାଇଲ୍‌ ଫୋନ୍‌ ରଖିବା ଓ ବ୍ୟବହାର ନିଷେଧ କରିବା ଲାଗି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଲୋଡ଼ି ତୂତୁକୁଡ଼ି ଅନ୍ତର୍ଗତ ତିରୁଚେନ୍ଦୁରସ୍ଥିତ ଶ୍ରୀ ସୁବ୍ରମଣିଆ ସ୍ବାମୀ ମନ୍ଦିରର ଅନ୍ୟତମ ତିରିସୁତାନ୍ତିରାର ଏମ୍‌. ସୀତାରମଣ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ଆବେଦନକାରୀ କହିଛନ୍ତି, ଏହା ‘ଆଗମ’ ନିୟମ ବିରୁଦ୍ଧ ଓ ମନ୍ଦିରର ନିରାପତ୍ତାକୁ ଦୁର୍ବଳ କରୁଛି।  ନିଷ୍ଠା ଓ ଧାର୍ମିକ ପବିତ୍ରତା ବଜାୟ ରଖିବା ନିମନ୍ତେ ମଦୁରାଇସ୍ଥିତ ମୀନାକ୍ଷି ସୁନ୍ଦରେଶ୍ବରର ମନ୍ଦିରରେ ମଧ୍ୟ ମୋବାଇଲ୍‌ ଫୋନ୍‌ ନିଷେଧ କରାଯାଇଛି ଓ ସେଗୁଡ଼ିକୁ ରଖିବା ନିମନ୍ତେ ମନ୍ଦିର ପରିସର ବାହାରେ ପୃଥକ୍‌ ଲକର୍‌ ରୁମ୍‌ ବ୍ୟବସ୍ଥା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com