ଜାତୀୟରାଜନୀତି

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟକୁ ନେଇ ଜାଣନ୍ତୁ କଣ କହିଲେ ଏନସିପି ମୁଖ୍ୟ ଶରଦ ପାୱାର ?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟକୁ ନେଇ ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପୱାର୍‌ ମଙ୍ଗଳବାର ଏକ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ସେ ଏହି ସମ୍ମିଳନୀରେ ଦାବୀ କରି କହିଛନ୍ତି ଯେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାର ଭଲ ଭାବେ ଚାଲିଛି। ସେ ଆହୁରି କହିଛନ୍ତି ଯେବେଠୁ ସରକାର ହୋଇଛି ଏପରି ସଙ୍କଟ ତୃତୀୟ ଥର ପାଇଁ ଉପୁଜିଛି।

ଶରଦ ପାୱାର କହିଛନ୍ତି ‘‘ମହାରାଷ୍ଟ୍ରରେ ଆମ ସରକାର ଭଲ ଭାବେ ଚାଲିଛି। ଏବେ ଯାହାକିଛି ହୋଇଛି ଏହା ଗତ ଅଢେଇ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ହୋଇଛି। ଏହା ପର୍ବରୁ ମଧ୍ୟ ଆମ ବିଧାୟକମାନଙ୍କୁ  ଡାକି ହରିଆଣାରେ ରଖଯାଇଥିଲା। କିନ୍ତୁ ତାପରେ ମଧ୍ୟ ଆମେ ସରକାର ତିଆରି କରିଥିଲୁ ଓ ସରକାର ମଧ୍ୟ ଭଲ ଭାବେ ଚାଲିଛି’’।

ଏକନାଥ ସିନ୍ଧେଙ୍କୁ ନେଇ ପଚରା ଯାଇଥିବା ପ୍ରଶ୍ନ ଉପରେ ଶରଦ କହିଛନ୍ତି ତିନୋଟି ଦଳ ମଧ୍ୟରେ ମୁଖ୍ୟ ଦାୟିତ୍ୱ ଶିବସେନାର ରହିଛି। ଶିବସେନା କାହାକୁ ସୁଯୋଗ ଦେବ ତାହା ଶିବସେନାର ଆନ୍ତରିକ ମାମଲା। ଏହା ସହିତ ଉଦ୍ଧବଙ୍କ ନେତୃତ୍ୱରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଦେଖା ଯାଉନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com