ଓଡ଼ିଶାଜାତୀୟରାଜନୀତି

ଆଗାମୀ ନିର୍ବାଚନରେ ବୁଥ ମଜବୁତ କରିବାକୁ ବି.ଜେ.ପି ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର, ୧୧/୦୧/୨୦୨୩ –   ୨୦୨୪ରେ ରାଜ୍ୟରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ବୁଥ ମଜବୁତ କରିବାକୁ ବି.ଜେ.ପି ପ୍ରସ୍ତୁତି ଆରମ୍ଭ କରିଛି । ମଙ୍ଗଳବାର ଏ ନେଇ ବି.ଜେ.ପି ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ଏଥିରେ ଓଡ଼ିଶାରେ ବି.ଜେ.ପି ସରକାର ଗଢିବା ଏବଂ ବିଭିନ୍ନ ଆସନରେ ସ୍ଥିତି ନେଇ ରଣନୀତି ଉପରେ ଆଲୋଚନା ହୋଇଥିଲା ।

ସେହିପରି ଚଳିତ ବର୍ଷ ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଜରିଆର ବିଜେପି ଚିହ୍ନଟ କରିଥିବା ୧୬୦ଟି ଲୋକସଭା ଆସନରେ ଭଲ ପ୍ରଦର୍ଶନ କରିବାକୁ ଯୋଜନା କରୁଛି । ଏହି ବୈଠକରେ ବିଜେପିର ସାଧାରଣ ସମ୍ପାଦକ, ଓଡିଶାର କ୍ଷେତ୍ରୀୟ ପ୍ରଭାରୀ ଏବଂ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବି.ଏଲ ସନ୍ତୋଷ, ଅରୁଣ ସିଂହ ଏବଂ ବିଭିନ୍ନ ରାଜ୍ୟର ପ୍ରଭାରୀ ପ୍ରମୁଖ ଯୋଗ ଦେଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com